/odishatv-khabar/media/post_attachments/uploadimage/library/16_9/16_9_0/Crime_1722960076.jpg)
Crime
ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ମୃତ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଉଭୟ ମୃତକ ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର। ଖୋଲା ପଡ଼ିଆରୁ ମିଳିଛି ଉଭୟଙ୍କ ରକ୍ତାକ୍ତ ମୃତଦେହ। ମୃତଦେହ ନିକଟରୁ ପୋଲିସ ସର୍ଭିସ ପିସ୍ତଲ ମଧ୍ୟ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ। ସେ ପିଏସ୍ ଓ ଥିବା ସୂଚନା ମିଳିଛି। ଦୁଇ ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି।
ତେବେ ମୃତ ଯୁବକ ଦୁଇ ଜଣ ହେଲେ ଚୁଲିମାଲ ଗାଁର ମନୋଜ ଝାଙ୍କର ଓ ସହଦେବ ଝାଙ୍କର। ଉଭୟ ସମ୍ପର୍କୀୟ ଭାଇ। ଚୁଲିମାଲ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ କୁକୁଡ଼ା ଫାର୍ମ। ଅଭିଯୋଗ ଅନୁସାରେ ସେହିଠାରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତା’ପରେ କଥା ଉଗ୍ରରୂପ ଧାରଣ କରିଥିଲା। ଜଣେ ଅନ୍ୟ ଜଣଙ୍କ ମୁଣ୍ଡକୁ ଗୁଳି କରିଥିବ, ତା’ପରେ ଗୁଳି କରିଥିବା ଯୁବକ ନିଜ ମୁଣ୍ଡକୁ ଗୁଳି କରିଥିବା ଆଶଙ୍କା କରାଯାଉଛି । ତେବେ ଗୁଳିକାଣ୍ଡର ପ୍ରକୃତ ଚିତ୍ର ସାମ୍ନାକୁ ଆସିପାରି ନାହିଁ।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବନ୍ଧୁକଟି ଘଟଣାସ୍ଥଳରେ ପଡ଼ିଥିବା ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)