/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649655323.jpeg)
blast at mao camp
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି । ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା ଜଣାପଡିଛି । ନେଲେନାର ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଏହି ବିସ୍ଫୋରଣ ଘଟିଥିଲା । ୨ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ପୋଲିସ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି ।
ମାସେ ତଳେ ମାଓବାଦୀଙ୍କ ଆକ୍ରମଣରେ ଛତିଶଗଡ଼ ବିଜାପୁର ଜିଲ୍ଲାର ୪ ଜଣ ପୋଲିସ କର୍ମଚାରୀ ଆହାତ ହୋଇଥିଲେ। ବିଜାପୁର ଜିଲ୍ଲାର ଜୟଗୁରୁ ପୋଲିସ କ୍ୟାମ୍ପରେ ରାତିରେ ମାଓବାଦୀ ଖୋଲା ଫାୟାରିଂ କରିଥିଲେ। ଫଳରେ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ସେହିପରି ଗତ ଫେବୃୟାରୀରେ ଖବର ସଂଗ୍ରହକୁ କରିବାକୁ ଯାଇଥିବା ବେଳେ କଳାହାଣ୍ଡିର ଜଣେ ସାମ୍ବାଦିକ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ତାଙ୍କ ପୁରା ଶରୀର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)