murder
ପଶ୍ଚିମ ଦିଲ୍ଲୀରେ ଭୟଙ୍କର ଡବଲ ମର୍ଡର ଘଟଣା ସାମନାକୁ ଆସିଛି । ଦୁଇ ଜଣ ସାଙ୍ଗ ପରସ୍ପରକୁ ଛୁରୀ ଭୁଷି ହତ୍ୟା କରିଛନ୍ତି । ଏକ ପାର୍କରେ ଉଭୟ ପରସ୍ପରକୁ ଛୁରୀରେ ଆକ୍ରମଣ କରିବା ପରେ ଉଭୟଙ୍କର ଜୀବନ ଚାଲି ଯାଇଛି । ଏହି ଅଘଟଣ ଘଟିଛି ପଶ୍ଚିମ ଦିଲ୍ଲୀର ତିଲକ ନଗର ଅଞ୍ଚଳରେ । ଉଭୟଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଉଛନ୍ତି ସନ୍ଦୀପ ଓ ଆରିଫ୍ ।
ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ
ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସନ୍ଦୀପ ଓ ଆରିଫ୍ ବହୁତ ଭଲ ସାଙ୍ଗ ଥିଲେ ଏବଂ ସେମାନେ ବହୁ ବର୍ଷ ଧରି ପରସ୍ପରକୁ ଜାଣିଥିଲେ । ତିଲକ ନଗର ଥାନା ଅଞ୍ଚଳରେ ଥିବା ଏକ ପାର୍କରେ ଉଭୟ ଏକାଠି ବସିଥିଲେ । କିନ୍ତୁ ହଠାତ୍ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ଉଭୟ ରାଗରେ ଉତକ୍ଷିପ୍ତ ହୋଇ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ପରସ୍ପର ଉପରକୁ ଛୁରୀରେ ଆକ୍ରମଣ କରିଥିଲେ ।
ଏହା ପରେ ସ୍ଥାନୀୟ ଲୋକମାନେ ଖାୟଲା ଥାନା ଅଧିନରେ ଥିବା ଦିନ୍ ଦୟାଲ୍ ଉପାଧ୍ୟାୟ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଘଟିଥିଲା । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପୋଲିସକୁ ଖବର ମିଳିଥିଲା । ଏହା ପରେ ପୋଲିସ୍ ସିସିଟିଭି ଫୁଟେଜ୍ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ନଜରରେ ରଖି ତଦନ୍ତ ଆରମ୍ଭ କରୁଛି । ପାର୍କଟି ତିଲକନଗର ଥାନା ଅଞ୍ଚଳରେ ଥିଲେ ବି ଖାୟଲା ପୋଲିସ୍ ମଧ୍ୟ ଏହି ଘଟଣାରେ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି ।
ସନ୍ଦୀପ ଜଣେ ପ୍ରପର୍ଟି ଡିଲର ଭାବେ କାମ କରୁଥିବା ବେଳେ ଏହା ପୂର୍ବରୁ ସେ ଜଣେ ଜିମ୍ ଟ୍ରେନର ଥିଲେ । ସନ୍ଦୀପ ଓ ଆରିଫ୍ ବିବାହିତ ଏବଂ ସେମାନଙ୍କର ପିଲା ମଧ୍ୟ ଅଛନ୍ତି । ସନ୍ଦୀପଙ୍କର ଭାଇ କୁଲଦୀପ୍ ଯାଦବ କହିଛନ୍ତି, ସେମାନେ ୧୦ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି । ଆରିଫ୍ ଯେତେବେଳେ ଗୋଟିଏ ବର୍ଷ ପୂର୍ବରୁ କୌଣସି ମାମଲାରେ ଜେଲରେ ଥିଲେ, ସେତେବେଳେ ତାଙ୍କର ଜାମିନ୍ କରାଇବା ପାଇଁ କୁଲଦୀପ୍ ୫ ଲକ୍ଷ ଟଙ୍କା ଦେଇଥିଲେ । ଏହା ସହିତ ଆରିଫ୍ ଯେଉଁ ଫ୍ଲାଟ କିଣିବା ପାଇଁ ଚାହୁଁଥିଲେ, ସେଥିପାଇଁ ମଧ୍ୟ ସନ୍ଦୀପ୍ ଆଡଭାନ୍ସ ପେମେଣ୍ଟ କରିଥିଲେ । କିନ୍ତୁ ସନ୍ଦୀପ୍ ଯେତେ ମାଗୁଥିଲେ ମଧ୍ୟ ଆରିଫ୍ ଟଙ୍କା ଫେରସ୍ତ କରୁନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1752566918.jpg)