• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇନ୍‌ଷ୍ଟାଗ୍ରାମ୍‌ ପ୍ରେମ ପାଇଁ ନେପାଳରୁ ଆସିଲେ ମାହାରାଷ୍ଟ୍ର । ତାପରେ ଦୁଷ୍କର୍ମର ଶିକାର । ମଙ୍ଗଳବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ର ମୁମ୍ବାରାରୁ । ଜଣେ ୧୫ ବର୍ଷର ନାବାଳିକା । ଯିଏ କି ନେପାଳରେ ନିଜ ପିତାମାତାଙ୍କ ସହ ରୁହନ୍ତି । ସେ ଇନ୍‌ଷ୍ଟାଗ୍ରାମରେ ଜଣେ ପୁଅ ସହ ଚାଟିଂ ଆରମ୍ଭ କରିଥିଲେ । କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ତାପରେ ସେମାନେ ଫୋନ୍‌ ନମ୍ବର ଦିଆନିଆ ହେଲେ ।

ଏମିତି କିଛି ଦିନ କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ତାପରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ହଠାତ୍‌ ଦିନେ ପ୍ରେମିକ କହିଲା ‘ମୋତେ ଯଦି ତମେ ସତର ଭଲ ପାଉଥାଅ’ ତେବେ ତୁମେ ମହାରାଷ୍ଟ୍ର ଆସ । ମୁଁ ତମକୁ ବିବାହ କରିବି । ତମେ ଯଦି ନଆସିବ ତାହାଲେ ମୁଁ ଆତ୍ମହତ୍ୟା କରିବି ।’

ତେବେ ନାବାଳିକା ଜଣକ ନିଜ ବାପା ମାଆଙ୍କୁ ଏହି ଇନ୍‌ଷ୍ଟାଗ୍ରାମ୍‌ ପ୍ରେମ ସମ୍ପର୍କରେ କିଛି ବି କହିନଥିଲେ । ତେଣୁ କଳେ ବଳେ କୌଶଳେ କିଛି ବାହାନା କରି ନେପାଳରୁ ମହାରାଷ୍ଟ୍ର ଅଭିମୁଖେ ଏକାକୀ ବାହାରିଥିଲେ । ବସ୍‌ ଓ ଟ୍ରେନ୍ ଯୋଗେ ସେ ମହାରାଷ୍ଟ୍ରର ମୁମ୍ବାରାରେ ପହଞ୍ଚିଥିଲେ । ସେଠାରେ ପ୍ରେମିକ ତାଙ୍କୁ ରିସିଭ କରିଥିଲା । ତାପରେ ସେ ପୂର୍ବରୁ ରହୁଥିବା ଏକ ଭଡ଼ା ଘରକୁ ନାବାଳିକାଙ୍କୁ ନେଇ ଯାଇଥିଲା । ସେଠାରେ ତାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ପୁଣି ଷ୍ଟେସନ୍‌ରେ ଛାଡ଼ିଥିଲା । ଆଉ ଏକ ଲୋକାଲ ଟ୍ରେନ୍‌ ଟିକେଟ କରି ଧରାଇ ଦେଇଥିଲା ।

ନାବାଳିକା ଜଣକ ଲୋକାଲ ଟ୍ରେନ୍‌ରେ ଫେରୁଥିବା ବେଳେ ପାଖରେ ଥିବା ଆଉ ଜଣେ ଯାତ୍ରୀ ତାଙ୍କ ସହ କଥାବର୍ତ୍ତା ଆରମ୍ଭ କରିଥିଲେ । କାରଣ ସେ ଜାଣିପାରିଥିଲେ ଯେ, ନାବାଳିକା ଜଣକ ଅସୁବିଧାରେ ଅଛନ୍ତି । କିମ୍ବା କିଛି ଚିନ୍ତାରେ ଅଛନ୍ତି । ନାବାଳିକାଙ୍କ ସହ କଥା ହେବା ପରେ ପୁରା ଘଟଣା ସମ୍ପର୍କରେ ଜାଣିଥିଲେ । ପରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଯୋଗାଯୋଗ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିଲେ ।

ନାବାଳିକାଙ୍କୁ ନେଇ ପ୍ରଥମେ ସେମାନେ ପୋଲିସ ପାଖକୁ ଯାଇଥିଲେ । ସେଠାରୁ ପୋଲିସର ତତ୍ୱାବଧାନରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଡାକ୍ତର ପରୀକ୍ଷା କରିବା ପରେ ନାବାଳିକା ଗୁରୁତର ଥିବା କହିଥିଲେ । ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ମେଡିକାଲରେ ରହିବେ ବୋଲି ଡାକ୍ତର କହିଥିଲେ ।

ପୋଲିସର କହିବାନୁଯାୟୀ, ମାର୍ଚ୍ଚ ୧୭ ତାରିଖରେ ନାବାଳିକା ଜଣକ ନେପାଳରୁ ବାହାରିଥିଲେ । ପ୍ରଥମେ ୟୁପି ଗୋରଖପୁରରେ ପହଞ୍ଚିଥିଲେ । ସେଠାରୁ ପୁଣି ମହାରାଷ୍ଟ୍ରର କଲ୍ୟାଣ ଅଭିମୁଖେ ବାହାରିଥିଲେ ଆଉ ୧୯ ତାରିଖରେ ପହଞ୍ଚିଥିଲେ । ସେଠାରୁ ପ୍ରେମିକ ତାଙ୍କୁ ରିସିଭ୍ କରି ଏକ ଅଟୋରେ ମୁମ୍ବାରା ନେଇଥିଲା । ଆଉ ସେହିଦିନ ହିଁ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାକୁ ଲୋକାଲ ଟ୍ରେନ୍‌ ଟିକେଟ କରି ଷ୍ଟେସନ୍‌ରେ ଛାଡ଼ିଦେଇଥିଲା । ତା’ପରେ ନାବାଳିକାର ଫୋନ୍‌ ନେଇ ସେଠାରୁ ଉଭାନ୍‌ ହୋଇଯାଇଥିଲା । ପରେ ନାବାଳିକାଙ୍କୁ ଚାଇଲ୍ଡ ୱେଲଫେୟାର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।