Gang Of Ten
ଜୟପାଟଣା ପୋଲିସକୁ ମିଳିଛି ବଡ ସଫଳତା। ଗତ କିଛିଦିନ ଧରି ଉତ୍ପାତ କରୁଥିବା ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜୟପାଟଣା ପୋଲିସ। ତିନିଟି ଜିଲ୍ଲାର ୧୧ଟି ଥାନାରେ ଏହି ଚୋର ମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ତେବେ ଗତକାଲି ଚୋରମାନଙ୍କୁ ଧର୍ମଗଡରୁ ଗିରଫ କରିଛି ପୋଲିସ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ ବିଭିନ୍ନ ମଦ ଭାଟିରୁ ମଦ ତିଆରି କରୁଥିବା ତମ୍ବା ହାଣ୍ଡି ଚୋରି କରି ନେଉଥିଲେ। ଗୋଟିଏ ହାଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।
ଢେଙ୍କାନାଳ କାମାକ୍ଷାନଗର ସହରରେ ଚୋର ଆତଙ୍କ l ସହରର ୨ ନମ୍ବର ୱାର୍ଡରେ ରାତିରେ ବୁଲୁଛନ୍ତି ମୁଖା ପିନ୍ଧା ଦୁର୍ବୃତ୍ତ । ଏହି ଦୁର୍ବୃତ୍ତ ମାନେ ରାତିରେ ଘର ଭିତରେ ପଶିବାକୁ ଉଦ୍ୟମ କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ସେହି ୱାର୍ଡରେ ଅନ୍ୟ କିଛି ଘରେ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏହି ସାହିରେ ଚୋର ବୁଲୁଥିବାରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743313429.jpg)