/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707552967.jpg)
Extramarital affair
ସ୍ୱାମୀର ପରକୀୟା ସଂପର୍କରୁ ଉପୁଜିଥିବା ଦାମ୍ପତ୍ୟ କଳି ପାଇଁ ପୁଅର ତଣ୍ଟିକାଟି ମାରିଦେଲା ମା’ । ବଲାଙ୍ଗିର ଖଲିଆପାଲି ଘଟଣାରେ ଆଜି ଏଭଳି ଟୁଇଷ୍ଟ ଆସିଛି । ଗତକାଲି ନିଜ ଛଅ ମାସର ପୁଅକୁ ତଣ୍ଟିକାଟି ହତ୍ୟା କରିଥିଲା ମା’ ।
Advertisment
ଅଭିଯୁକ୍ତକୁ ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି । ମୀନାଙ୍କ କହିବା କଥା, ସ୍ୱାମୀ ରବୀନ୍ଦ୍ର ନାଗ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବା ସହ ବାରମ୍ବାର ଘରେ କଳିକଜିଆ କରୁଥିଲା ।
ଗତକାଲି ମଧ୍ୟ ପାଟିତୁଣ୍ଡ କରିଥିଲା ସ୍ୱାମୀ । ତେଣୁ ରାଗରେ ଛଅ ମାସର ପୁଅକୁ ହତ୍ୟାକରିଥିବା ଓଟିଭି ଆଗରେ ପ୍ରତିକ୍ରିୟା ରଖିଛି ସ୍ତ୍ରୀ ମୀନା ନାଗ । କିନ୍ତୁ ଗତକାଲି ତା’ ସ୍ତ୍ରୀ ମାନସିକ ରୋଗୀ ଏବଂ ସେହି କାରଣରୁ ପୁଅକୁ ହତ୍ୟା କରିଥିବା କହିଥିଲା ସ୍ୱାମୀ । ସେପଟେ ପୋଲିସ କିନ୍ତୁ ଏ ସଂପର୍କରେ ମୁହଁ ଖୋଲୁନି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)