Advertisment

‘କଲେଜ ନାଁରେ ଅଡି-ଭର୍ଣ୍ଣା-ସ୍କୋଡା କିଣାଯାଇଛି, ସବୁର ମାଲିକ ପ୍ରୟାସକାନ୍ତି’

ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।

ଅଦ୍ୟତନ ହୋଇଛି
ED Raids On Bhandaripokhari MLA Prafulla Samal house

Prafulla Samal

Advertisment

ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ଇଡିର ଚଢ଼ାଉ ନେଇ ଶେଷରେ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ। କହିଛନ୍ତି, ମୁଁ କୌଣସି ଚୋରି କରିନାହିଁ । ଗତ ୧୫ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ ସହ ତାଙ୍କର କୌଣସି ସଂପର୍କ ନଥିବା କହିଛନ୍ତି ପ୍ରଫୁଲ୍ଲ। ନିର୍ବାଚନ ପାଖେଇ ଆସିଲେ ଏମିତି ବହୁତ କଥା କରାହୁଏ। ମୋର ଇଚ୍ଛା ବି ନୁହେଁ, ନିର୍ବାଚନରେ ଛିଡ଼ା ହେବାକୁ। ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।

Advertisment

କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଛନ୍ତି। ତା ମଧ୍ୟରେ ରହିଛି ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କ ଭଦ୍ରକର ନୂଆବଜାର ଓ ସାବନାବଜାର ସ୍ଥିତ ଘର, ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀ, କ୍ୟାସିୟରଙ୍କ ହାସିନପୁର ସ୍ଥିତ ଘର, ଟ୍ୟାକ୍ସ ଆଡ଼ଭୋକେଟଙ୍କ ଅଫିସ ଏବଂ ଇଞ୍ଜିନିୟରିଂ କଲେଜ। ସେହିପରି ପ୍ରଫୁଲ୍ଲଙ୍କ ଭୁବନେଶ୍ୱର ପଳାସପଲ୍ଲୀ ଘରେ ଏବଂ ଦୁର୍ନୀତି ଲିଙ୍କରେ ଥିବା ତ୍ରିଷ୍ଣା ସ୍କାଏ ସ୍କ୍ରାପର୍ସ କମ୍ପାନୀର ନିର୍ଦ୍ଦେଶକଙ୍କ ଆଇଆରସି ଭିଲେଜ ଘରେ ରେଡ୍ ହୋଇଛି।

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଫୁଲ୍ଲ ସାମଲ । ୨ ଦଶନ୍ଧିରୁ ଅଧିକ ସମୟ ଧରି କେମିତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଲାସୁତୁରାରେ ଚାଲିଥିଲା ମହାଦୁର୍ନୀତି ? ଏହାପଛର ମୁଖ୍ୟ କାର୍ପଟଦାର୍ ସବୁ କିଏ ? ସେନେଇ ଇଡ଼ି ଖୋଳତାଡ଼ ଜାରି ରଖିଥିବାବେଳେ ନିର୍ବାଚନ ପୂର୍ବରୁ ଇଡି ରେଡ୍‌କୁ ନେଇ ରାଜନୈତିକ ବୟାନବାଜି ବି ଦେଖାଦେଇଥିଲା।

Advertisment

ତେବେ ପୂର୍ବରୁ ବରପଦା ଇଞ୍ଜିନିୟରିଂ କଲେଜ ଥିଲା ସରକାରୀ। ପରେ ଏହାକୁ ଘରୋଇଭାବେ ସୋସାଇଟି ଜରିଆରେ ପରିଚାଳନା କରାଯାଉଥିଲା। ଯାହାର ସଭାପତି ଅଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ଅଭିଯୋଗ ରହିଛି, କଲେଜ ନାଁରେ ଅଡି, ଭର୍ଣ୍ଣା, ସ୍କୋଡା ଭଳି ଅନେକ ସୌଖିନ କାର କିଣି ମାଲିକ ବନିଯାଉଥିଲେ ପ୍ରୟାସକାନ୍ତି। ଅଥଚ ଗାଡ଼ି ବିକା ବାବଦରେ ଟଙ୍କାଟିଏ ବି ଯାଇନି କଲେଜ ଖାତାକୁ।

ସେହିପରି କଲେଜ ନାଁରେ ପ୍ରଫୁଲ୍ଲଙ୍କ ପୁଅ ଭୁବନେଶ୍ୱର କଣ୍ଟାବାଡ଼ରେ ୩୨ ଏକର ଜମି କିଣି ଜଣେ ବିଲଡରଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ପ୍ରଦାନ ସହ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ଜାନୁୟାରୀରେ ଏ ସଂପର୍କରେ ଏକ ଅନୁସନ୍ଧାନମୂଳକ ଖବର ପ୍ରସାରଣ କରିଥିଲା ଓଟିଭି।

Advertisment

ତେବେ ଦୀର୍ଘଦିନର ବ୍ୟବଧାନ ପରେ ଶାସକଦଳ ବିଧାୟକଙ୍କ ସାମ୍ରାଜ୍ୟ ଉପରେ ଇଡ଼ି ରେଡକୁ ନେଇ ତେଜିଛି ରାଜନୀତି। ବିଜେଡି କହିଛି, ଆଗକୁ ନିର୍ବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଏବଂ ଜାଣିଶୁଣି ହଇରାଣ କରାଯାଉଛି। ସେହିପରି କଂଗ୍ରେସ କହିଛି, ସହଭାଗିତାରେ ଏବଂ ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ ପାଇଁ ଇଡିର ଏହି ଚଢାଉ। ଅପରପକ୍ଷେ ବିଜେପି କାଉଣ୍ଟର କରି କହିଛି, ଅନେକ ଦିନରୁ ଏହି ଦୁର୍ନୀତି ଅଭିଯୋଗ ଉଠିଥିଲା।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ