Advertisment

ଓଡ଼ିଶାରେ ଲକ୍‌ଡାଉନ୍‌,ସଟ୍‌ଡାଉନ୍‌ ହେବ କି ନାହିଁ, ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଏସବୁ ଭିତରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Will lockdown or shutdown enforcement in odisha ?

Will lockdown or shutdown enforcement in odisha ?

Advertisment

ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଯାହକୁ ନେଇ ଚିନ୍ତା ବଢ଼ିଛି। ଏସବୁ ଭିତରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ସଂକ୍ରମଣ ହାର ଅଧିକ ରହୁଛି, କିଛି ସ୍ଥାନରେ ଆର୍ ଭାଲ୍ୟୁ ଅଧିକ ରହିବ। ଭୟଭୀତ ହୁଅନ୍ତୁନି, ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ।

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଲକ୍‌ଡାଉନ୍ କି ସଟ୍‌ଡାଉନ୍ କରିବା ଭଳି ସ୍ଥିତି ରାଜ୍ୟରେ ଆସି ନାହିଁ। କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି। କେତେ ଟେଷ୍ଟିଂ ବଢ଼ାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢ଼ାଇବାକୁ କାର୍ଯ୍ୟ କରୁଛୁ।’

ସେପଟେ ଦେଶରେ କରୋନା ଟେଷ୍ଟିଂ ହ୍ରାସ ପାଇବା ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାସହ ଟେଷ୍ଟିଂକୁ ଆହୁରି ତ୍ୱରାନ୍ୱିତ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।

Advertisment
Lockdown Covid19 Guidelines Lockdown In Odisha Shutdown In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ