Home Quarantine
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ୍ ଆଇସୋଲେସନ ଗାଇଡ୍ଲାଇନ୍ ଜାରି । କରୋନା ପଜିଟିଭ୍ ଚିହ୍ନଟ ହେଲେ କେଉଁମାନେ ରହିବେ ହୋମ୍ ଆଇସୋଲେସନ୍ରେ ? ସେନେଇ ଗାଇଡ୍ଲାଇନ୍ ଜାରି କଲା ସ୍ୱାସ୍ଥ୍ୟମନ୍ତ୍ରାଳୟ । କେଉଁ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିପାରିବେ ସେନେଇ ସ୍ପଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି ।
ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ । ହେଲେ ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ମିଳିବ ହୋମ୍ ଆଇସୋଲେସନ ଅନୁମତି । ଟେଷ୍ଟ ପଜିଟିଭ ଆସିବାର ୭ ଦିନ ପର୍ଯ୍ୟନ୍ତ ଏହି ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିପାରିବେ ବୋଲି କୁହାଯାଇଛି ।
୭ ଦିନ ଭିତରେ ଲଗାତାର ୩ ଦିନ ଜ୍ୱର ନଆସିଲେ ସରିବ ଆଇସୋଲେସନ ଅବଧି । ଏମିତିକି ୭ ଦିନ ଭିତରେ ୩ ଦିନ ଜ୍ୱର ନଆସିଲେ ୭ ଦିନ ପରେ ରି-ଟେଷ୍ଟ କରିବାର ଆବଶ୍ୟକ ମଧ୍ୟ ନାହିଁ । ତେବେ ଲକ୍ଷଣହୀନ କଣ୍ଟାକ୍ଟମାନେ ଆଦୌ ଟେଷ୍ଟ କରିବା ଦରକାର ନାହିଁ ବୋଲି ମଧ୍ୟ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642162396.jpg)