Advertisment

ଅଗଷ୍ଟରେ କଣ ରହିବ ଖୋଲା, କଣ ହେବ ବନ୍ଦ; ଜାଣନ୍ତୁ

ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ।  ଏଣିକି ରାସ୍ତା କଡ଼ ଦୋକାନରେ ଲୋକେ  ଖାଇ ପାରିବେ। ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ଖୋଲାଯାଇ ପାରିବ ବୋଲି SRC କହିଛନ୍ତି।

ଅଗଷ୍ଟରେ କଣ ରହିବ ଖୋଲା, କଣ ହେବ ବନ୍ଦ; ଜାଣନ୍ତୁ

odia Jatra

Advertisment

ରାଜ୍ୟରେ ଅଗଷ୍ଟ ମାସରେ କଣ କଣ ସବୁ ଖୋଲା ରହିବ, ଏ ନେଇ SRC ପ୍ରଦୀପ ଜେନା କଣ ଘୋଷଣା କରିଛନ୍ତି ଆସନ୍ତୁ ଜାଣିବା। ସମସ୍ତ ମଲ୍ ଖୋଲିପାରିବ। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍ ଖୋଲିପାରିବ। ରେଷ୍ଟୁରାଣ୍ଟ, ବାର୍, ଢାବା ୫୦% କ୍ଷମତାକୁ ନେଇ ଖୋଲି ପାରିବ। ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ। ସେହିପରି ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ। ସମୁଦ୍ର କୂଳ, ପାର୍କ ଖୋଲା ରହିବ କିନ୍ତୁ ପର୍ଯ୍ୟଟକ ଗାଇଡଲାଇନ୍ ମାନିବେ ବୋଲି ଏସ୍‌ଆରସି କହିଛନ୍ତି।

Advertisment

ସେହିପରି ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ।  ଏଣିକି ରାସ୍ତା କଡ଼ ଦୋକାନରେ ଲୋକେ  ଖାଇ ପାରିବେ। ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲାଯାଇ ପାରିବ। ମ୍ୟୁଜିୟମ, ପର୍ଯ୍ୟଟନ ସ୍ଥାନ ଖୋଲାଯାଇ ପାରିବ ବୋଲି SRC କହିଛନ୍ତି। ନନ୍ଦନକାନନ, ଓ୍ବାର୍ଟର ପାର୍କ ଆଦି ଖୋଲା ଯାଇପାରିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

Advertisment

କିନ୍ତୁ କଟକ, ପୁରୀ, ଭୁବନେଶ୍ୱରରେ ହଲ୍, ମଲ୍ ପାଇଁ ସ୍ୱତନ୍ତ୍ର ନିୟମ ଜାରି କରାଯାଇଛି। ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ ବୋଲି ସେ କହିଛନ୍ତି। କଟକ, ପୁରୀ, ଭୁବନେଶ୍ୱରରେ ଶନିବାର, ରବିବାର ଦୋକାନ ବଜାର ବନ୍ଦ ରହିବ। ଏଠାରେ ସ୍ଥିତି ଉଦବେଗଜନକ ନଥିଲେ ବି ଅଧିକ ସଂକ୍ରମଣ ରହୁଥିବାରୁ ଏହି କଟକଣା ଜାରି କରାଯାଇଛି। 

ସେହିପରି ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ଏସ୍‌ଆର୍‌ସି କହିଛନ୍ତି। ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେଇରପାରିବେ। ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ। ଧାର୍ମିକ ପୀଠକୁ ଭୋଗ ବା ପ୍ରସାଦ ଶ୍ରଦ୍ଧାଳୁ ନେଇପାରିବେନି।

Advertisment
Odisha News Odisha Government Jatra Party Unlock Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ