Advertisment

ମେଣ୍ଢା ଲଢେଇ ବନ୍ଦ କରିବାରୁ ପୋଲିସ ଉପରେ ଗ୍ରାମବାସୀଙ୍କ ଆକ୍ରମଣ

ନା ଅଛି ମାସ୍କ ନା ଅଛି କୋଭିଡ କଟକଣା। ଖୁଲମଖୁଲା କରୋନା କଟକଣାର ନିୟମକୁ ଭାଙ୍ଗାଯାଇଛି । ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା ଗାଁରେ ।

ଅଦ୍ୟତନ ହୋଇଛି
covid-19

covid-19

Advertisment

ରାଇରଙ୍ଗପୁର:କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ। ନା ଅଛି ମାସ୍କ ନା ଅଛି ସାମାଜିକ ଦୂରତା। ଖୁଲମଖୁଲା କରୋନା କଟକଣାର ନିୟମର ଧଜିଆ ଉଡାଇଛନ୍ତି। ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା ଗାଁରେ। ଶହ ଶହ ଲୋକେ ଗୋଟିଏ ଛୋଟିଆ ପଡିଆରେ ଜମା ହୋଇଛନ୍ତି। ଆଉ ମେଣ୍ଢା ଲଢେଇର ମଜା ଉଠଉଛନ୍ତି । ନା କରୋନାକୁ ଡର ଅଛି ନା ସଂକ୍ରମଣକୁ ଖାତିର ଅଛି । ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ତୃତୀୟ ଲହର ଆସିବା ନେଅ ଆଶଙ୍କା ରହିଛି। କିନ୍ତୁ ଏପଟେ ଜାମଦା ଅଞ୍ଚଳରେ କରୋନା କଟକଣାକୁ ଉଲ୍ଲଘଂନ କରାଯାଇଛି ।

Advertisment

ସମସ୍ତ କଟକଣାକୁ ଫୁ କରି ଏଠି ଲୋକେ ଜମା ହୋଇଥିଲେ । ତେବେ ବିନା କୌଣସି ପ୍ରଶାସନିକ ଅନୁମତିରେ ଏତେ ସଂଖ୍ୟାରେ ଲୋକେ ଭିଡ଼ କରିଥିବାରୁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍। ହେଲେ ଲୋକେ ନିୟମ ମାନିବା ପରିବର୍ତ୍ତେ ପୋଲିସ ଉପରକୁ ଓଲଟା ଆକ୍ରମଣ କରିଥିଲେ । ଏହି ଘଟଣାରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ଗୁଡ଼ୁତା ଗାଁର ଗ୍ରାମବାସୀଙ୍କୁ ନାଁରେ କୋଭିଡ କଟକଣା ନିୟମକୁ ଉଲ୍ଲଘଂନ କରିବା ନେଇ ମାମଲା ରୁଜୁ ହୋଇଛି । ଏନେଇ ରାଇରଙ୍ଗପୁର ଏଏସପିଙ୍କ ସହ ଯୋଗାଯୋଗ ହେବା ପରେ ଘଟଣା ବିଷୟରେ ଜଣାପଡିଥିଲା।

Advertisment

ପ୍ରତେକ ବର୍ଷ ଜାମଦା ଅଞ୍ଚଳରେ ମେଣ୍ଢା ଲଢେଇ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଜାମଦା ଅଞ୍ଚଳରେ ମେଣ୍ଢା ଲଢେଇ ହୋଇଥିଲା । ଏହି ମେଣ୍ଢା ଲଢେଇ କାର୍ଯ୍ୟକ୍ରମରେ ଯେଉଁ ମେଣ୍ଢା ଜିତିଥାଏ ତାହାକୁ ଲକ୍ଷାଧିକ ଟଙ୍କା ପୁରସ୍କାର ରାଶି ମିଳିଥାଏ । କିନ୍ତୁ ବର୍ତ୍ତମାନର କରୋନା ପରିସ୍ଥିତିରେ ଖୋଲାଖୋଲି ଭାବେ କରେନା ନିୟମକୁ ଉଲ୍ଲଘଂନ କରି ମେଣ୍ଢା ଲଢେଇ ହେଉଥିଲା । ତେବେ ପ୍ରଶାସନର ବିନା ଅନୁମତିରେ ମେଣ୍ଢା ଲଢେଇ ହୋଇଥିଲା ।

Odisha COVID-19 Rairangpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ