Advertisment

ପାଠପଢା ଆରମ୍ଭ ହେଲେ ଦିଲ୍ଲୀ ସ୍କୁଲରେ ଥିବା ଟିକାକରଣ କେନ୍ଦ୍ର କୁଆଡେ ଯିବ?

ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସ୍କୁଲ ଓ କଲେଜ ସହ ଖୋଲାଯାଉଥିବା ଅନ୍ୟ ସ୍ଥାନମାନଙ୍କ ପାଇଁ ବିଭିନ୍ନ SOP ମଧ୍ୟ ଜାରି କରାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ ।

vaccination at delhi

vaccination at delhi

Advertisment

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗୁଛି । ଠିକ୍ ଏହି ସମୟରେ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲିବାର ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ପାଠପଢା ଆରମ୍ଭ ହେଲେ ଦିଲ୍ଲୀର ସ୍କୁଲମାନଙ୍କରେ ହେଉଥିବା ଟିକାକରଣ କେନ୍ଦ୍ର କିପରି ହେବ ? ଏହି ବିଷୟରେ ଦିଲ୍ଲୀ ସରକାର କହିଛନ୍ତି ଯେ, ସ୍କୁଲ ଗୁଡିକରେ ଚାଲୁଥିବା ଟିକାକରଣ କେନ୍ଦ୍ର ଓ ରାସନ ବଣ୍ଟନ କାମ ସହ ପାଠପଢା ବି ଚାଲିବ।

Advertisment

ସେପ୍ଟେମ୍ବର ୧ରୁ ଦିଲ୍ଲୀର ସମସ୍ତ ସ୍କୁଲ ଗୁଡକ ଖୋଲାଯିବ ବୋଲି ଦିଲ୍ଲୀରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । କିନ୍ତୁ ବର୍ତ୍ତମାନ ଦିଲ୍ଲୀର ସବୁ ସରକାରୀ ସ୍କୁଲକୁ ଟିକାକରଣ କେନ୍ଦ୍ର କରାଯାଇଛି । ଯାହା ଦ୍ୱାରା ସ୍କୁଲଗୁଡିକର ସବୁ କ୍ଲାସ ରୁମକୁ ଟିକାକରଣ କେନ୍ଦ୍ର କରିବା ସହ ଟିକାକରଣ ପରର ୱେଟିଙ୍ଗ ରୁମ ଆଦି ରୂପେ ବ୍ୟବହାର କରାଯାଉଛି। ଏହା ଛଡା ଦିଲ୍ଲୀରେ ରାସନ ସାମଗ୍ରୀ ବଣ୍ଟନ ପାଇଁ ମଧ୍ୟ ୨୭୨ଟି ସରକାରୀ ସ୍କୁଲର ବ୍ୟବହାର କରାଯାଉଛି । ତାହା ପାଇଁ ମଧ୍ୟ ସ୍କୁଲର ରୁମ୍‌ରେ କ୍ୟାମ୍ପ ଲଗାଇ ରାସନ ସାମଗ୍ରୀମାନ ରଖିଯାଇଛି ।

  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଙ୍କ ସ୍ପଷ୍ଟୀକରଣ

ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ଚାଲୁଥିବା ଟିକାକେରଣ କେନ୍ଦ୍ର ଓ ରାସନ ବଣ୍ଟନ କାମ ବନ୍ଦ ହେବନି ବରଂ ଆଗାମୀ ଦିନରେ ମଧ୍ୟ ଏପରି ଚାଲିବ । କାରଣ ବର୍ତ୍ତମାନ କେବଳ ୪ଟି କ୍ଲାସ୍‌ର (ନବମରୁ ଦ୍ୱାଦଶ) ପିଲାମାନେ ଆସିବେ । ତେଣୁ ପାଠପଢା ପାଇଁ ଅଧିକ ଶ୍ରେଣୀ ଗୃହର ଆବଶ୍ୟକତା ନାହିଁ। ବଳକା ରହିଥିବା କକ୍ଷ ମାନଙ୍କରେ ଟିକାକରଣ ସହ ରାସନ ବଣ୍ଟନ କାର୍ଯ୍ୟ ଜାରି ରହିପାରିବ । ତେଣୁ ଏହା ଏକ ବଡ ସମସ୍ୟା ସୃଷ୍ଟି କରିବ ନାହିଁ । ଏହାସହ ସ୍କୁଲକୁ ଆସୁଥିବା ପିଲା ଯେପରି ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପ୍ରତି ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥାର ଆୟୋଜନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

Advertisment
  • ସ୍କୁଲ ଯିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବ ନାହିଁ

ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସ୍କୁଲ ଓ କଲେଜ ସହ ଖୋଲାଯାଉଥିବା ଅନ୍ୟ ସ୍ଥାନମାନଙ୍କ ପାଇଁ ବିଭିନ୍ନ SOP ମଧ୍ୟ ଜାରି କରାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ । ସ୍କୁଲ ଆସିବା ଇଚ୍ଛୁକ ନଥିବା ପିଲାମାନଙ୍କ ପାଇଁ ଅନ୍‌ଲାଇନ କ୍ଲାସର ସୁବିଧା ଦିଆଯିବ । ଏହାସହ ସେ କହିଛନ୍ତି ଯେ, ଟିକାକରଣ ହେଉଥିବା ସ୍କୁଲଗୁଡିକର ସମୀକ୍ଷା କରାଯାଇଛି । ଭ୍ୟାକ୍ସିନେସନ ପାଇଁ ଯେଉଁ ସ୍କୁଲ ଗୁଡିକରେ ଅଧିକ କ୍ଲାସରୁମ୍ ବ୍ୟବହାର ହେଉଛି ସେଗୁଡିକ କମ୍ କରିଦିଆଯିବ ।

  • ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପାଠପଢା ଉପରେ କେଜରିୱାଙ୍କ ପ୍ରତିକ୍ରିୟା

ଅନେକ ଦିନକରୁ ଦିଲ୍ଲିରେ କରୋନା ସକ୍ରମଣ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଏମିତି ଗୋଟେ ସମୟ ଥିଲା ଯେ ଅଭିଭାବକମାନେ ସ୍କୁଲ ଖୋଲିବା ନେଇ ଚିନ୍ତାରେ ଥିଲେ । ସେମାନେ ସ୍କୁଲ ନଖୋଲିବାକୁ ସରକାରଙ୍କୁ ନିବେଦନ କରୁଥିଲେ । କିନ୍ତୁ ଏବେ ଅଭିଭାବକମାନେ ଶୀଘ୍ର ସ୍କୁଲ ଖୋଲି ପିଲାଙ୍କ ପାଠ ପଢା ଆରମ୍ଭ କରିବା ପାଇଁ କହୁଛନ୍ତି ।

Advertisment

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଦିଲ୍ଲୀରେ ୨୪ ଘଣ୍ଟାରେ ୩୦-୪୦ଟି ପଜିଟିଭ୍ କେସ୍ ଆସୁଛି । ଏହାସହ ଦୈନିକ ୭୦ ହଜାର କରୋନା ଟେଷ୍ଟ କରାଯାଉଛି । କରୋନାର ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । ଆଗାମୀ ଦିନରେ ବି ଆମେ କରୋନା ସ୍ଥିତି ଉପରେ ନଜର ରଖିବୁ । ଏବେ ଧିରେ ଧିରେ ସ୍କୁଲ ଖୋଲାଯିବ । କିନ୍ତୁ ଦରକାର ପଡିଲେ ଆବଶ୍ୟକ ସ୍ଥଳରେ ସ୍କୁଲକୁ ପୁଣି ବନ୍ଦ ମଧ୍ୟ କରାଯିବ । ସମୟନୁସାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । କିନ୍ତୁ ଯଦି କରୋନା ସ୍ଥିତି ସାମାନ୍ୟ ରହିବା ସହ ତୃତୀୟ ଲହର ନ ଆସିବ ତାହାଲେ ସବୁ ଶ୍ରେଣୀର ସ୍କୁଲ ଓ କଲେଜକୁ ଖୋଲି ଦିଆଯିବ ।

  • ୯୦୦ ସେଣ୍ଟରରେ ହେଉଛି ଟିକାକରଣ

ଦିଲ୍ଲୀରେ ୯୦୦ରୁ ଉର୍ଦ୍ଧ୍ୱ ଟିକାକରଣ କେନ୍ଦ୍ରମାନଙ୍କରେ ଭ୍ୟାକ୍ସିନ ଦିଆଯାଉଛି । ଏହି ସେଣ୍ଟ ଗୁଡିକ ମଧ୍ୟରେ ସରକାରୀ ବିଦ୍ୟାଳୟ, ସରକାରୀ ଡାକ୍ତରଖାନା ମଧ୍ୟ ସାମିଲ ଅଛି । କିନ୍ତୁ ଦିଲ୍ଲୀର ଆଧିକାଂଶ ସ୍କୁଲରେ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏମିତିକି ଆନେକ ସ୍କୁଲର ୩ର ୪ଟି ସାଇଟରେ ମଧ୍ୟ ଟିକାକରଣ ଦିଆଯାଉଛି । ତେଣୁ ମୋଟ ଥିବା ଟିକାକରଣର କେନ୍ଦ୍ରରୁ କେବଳ ୫୦ ପ୍ରତିଶତ କେନ୍ଦ୍ର କେବଳ ସ୍କୁଲ ଗୁଡିକରେ ରହିଛି । ତେବେ ସ୍କୁଲ ଖୋଲିଲେ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯିବ ।

New Delhi Arvind Kejriwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ