Advertisment

ଚିନ୍ତା ବଢ଼ାଉଛି ଓମିକ୍ରନ୍‌, ସତର୍କ ରହିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ; ପୂର୍ବ ଅପେକ୍ଷା ୬ ଗୁଣ ଶକ୍ତିଶାଳୀ

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

Advertisment

ନୂଆଦିଲ୍ଲୀ: ଡରାଇଲାଣି ଓମିକ୍ରନ୍‌ । ପୁଣି ମାଡ଼ି ଆସୁଛି କରୋନାର କଳା ବାଦଲ । ଘରୁ ବାହାରିବା ହୋଇପାରେ ମୁସ୍କିଲ । ପ୍ରଥମ-ଦ୍ୱିତୀୟ ଲହର ଅପେକ୍ଷା ଏହାର ସଂକ୍ରମଣ କ୍ଷମତା ୬ ଗୁଣ ଅଧିକ । ତେଣୁ ସମସ୍ତେ ସତର୍କ ରହିବାକୁ ନିର୍ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ପ୍ରଥମେ ଏନେଇ ସତର୍କ କରାଯାଇଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସତର୍କ କରାଇଛନ୍ତି । 

Advertisment

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନାର ସମ୍ଭାବ୍ୟ ତୃତୀୟ ଲହର ଦୃଷ୍ଟିରୁ ଧର୍ମେନ୍ଦ୍ର ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ନିବେଦନ କରିଛନ୍ତି ।

ଓମିକ୍ରନ୍ ଭ୍ୟାରିଏଣ୍ଟ ପାଇଁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଏବଂ ଟିକା ନେବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ସାମାନ୍ୟ ଲକ୍ଷଣ ଦେଖାଦେଲେ କୋଭିଡ୍ ଟେଷ୍ଟ କରିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ନିବେଦନ କରିଛନ୍ତି । ବିଦେଶରୁ ଆସୁଥିଲେ ନିଜକୁ ପରୀକ୍ଷା କରିବା ସହ ଅତି କମ୍‌ରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

Advertisment

ଅନ୍ୟପଟେ ଓମିକ୍ରନ୍ ଭ୍ୟାରିଏଣ୍ଟର ଭୟାବହତାକୁ ନେଇ ଭାରତରେ ବଢ଼ିଲା ସତର୍କତା । ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି ଭାରତ ସରକାର । ଏଣିକି ବିଦେଶରୁ ଭାରତ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଘୋଷଣାପତ୍ର ସହ ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏହି ଦୁଇଟି ନିୟମରୁ କୌଣସି ଗୋଟିଏ ବି ନଦେଲେ ଭାରତରେ ପ୍ରବେଶ ପାଇଁ ମିଳିବନି ଅନୁମତି । ଦକ୍ଷିଣ ଆଫ୍ରିକା ଭଳି ଅଧିକ ରିସ୍କ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଭାରତ ପହଞ୍ଚିବା ପରେ ଆର୍‌ଟିପିସିଆର୍ ଟେଷ୍ଟ ପାଇଁ ସାମ୍ପଲ ଦେବାକୁ ପଡ଼ିବ । ପଜିଟିଭ୍ ବାହାରିଲେ ଯାତ୍ରୀଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବା ସହ ତାଙ୍କର ସାମ୍ପଲ ଜିନମ୍ ସିକୁଏନ୍ସିଂ ପାଇଁ ପଠାଯିବ । ଯାହାର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ଘରେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନ୍‌ରେ ରହିବେ । ଏହା ପରେ ତାଙ୍କର ପୁଣି ଟେଷ୍ଟ କରାଯିବ ।

କମ୍ ରିସ୍କ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କର ମଧ୍ୟ ବାରମ୍ବାର ସାମ୍ପଲ ପରୀକ୍ଷା କରାଯିବ । ପଜିଟିଭ୍ ଆସିଲେ ଜିନମ୍ ସିକିଏନ୍ସିଂ ପାଇଁ ପଠାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନ୍ କରାଯିବ । ରିସ୍କ ଥିବା ଦେଶରୁ ଆସୁଥିବା ଯାତ୍ରୀମାନେ ନେଗେଟିଭ୍ ଆସିଲେ ମଧ୍ୟ ଦୁଇ ସପ୍ତାହ ପାଇଁ ନିଜକୁ ନିଜେ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଟେଷ୍ଟିଂ, ମନିଟରିଂକୁ ତ୍ୱରାନ୍ୱିତ କରିବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । 

Advertisment
COVID-19 Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ