ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

Covid-19

ଦେଶରେ ପୁଣି ଡରାଇଲାଣି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୪ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୧୭୦ ଛୁଇଁଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।

ତେବେ କୋଭିଡ ନୂଆ ଭାରିଆଣ୍ଟ JN.1 ପ୍ରଭାବରେ କର୍ଣ୍ଣାଟକରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। କର୍ଣ୍ଣାଟକରେ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ନୂଆ ୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ୍ ସଂକ୍ରମଣ ବଢ଼ୁଥିବା ଦେଖି କର୍ଣ୍ଣାଟକରେ କଟକଣା ଆରମ୍ଭ ହୋଇଛି । ପଜିଟିଭ ଚିହ୍ନଟ ହେଲେ ୭ ଦିନ ହୋମ୍‌ ଆଇସୋଲେସନ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏହା ସହ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟ କରାଯିବ । କୋଭିଡ୍‌କୁ ନେଇ ବସିଥିବା କ୍ୟାବିନେଟ ସବକମିଟିରେ ଏହି ନିଷ୍ପତ୍ତି ହୋଇଛି । ତେବେ କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ୭୪ ପଜିଟିଭ ମଧ୍ୟରୁ କେବଳ ବେଙ୍ଗାଳୁରୁରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।