Advertisment

ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।

ରାଜ୍ୟରେ ଅଭାବ ରହିବନି ଟିକା, ମହଜୁଦ୍‌ ବାଦ୍ ପୁଣି ଆସିଲା କୋଭାକ୍ସିନ

covaxin

Advertisment

ଭୁବନେଶ୍ୱର: ରାଜ୍ୟକୁ ଆସିଲା ଆଉ ୩୮ ହଜାର କୋଭାକ୍ସିନ୍ ଟିକା । ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ କୋଭିସିଲ୍ଡ ଟିକା ଆସିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିସିଲ୍ଡ ଟିକା ୩ ଲକ୍ଷ ୪୯ ହଜାର ୯୩୦ ଡୋଜ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି ।

Advertisment

କୋଭିସିଳ୍ଡ ଟିକାର ଅଭାବ ପାଇଁ ଆଜି ୧୫ଟି ଜିଲାରେ ଟିକାକରଣ ବନ୍ଦ ରହିଛି । ମାତ୍ର ୯୭ଟି କେନ୍ଦ୍ରରେ ଚାଲିଛି ଟିକାକରଣ । ଡିଏମ୍ଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି ।

ସେହିପରି କରୋନା ସଂକ୍ରମଣକୁ ନେଇ ମଧ୍ୟ ଡିଏମ୍ଇଟି କହିଛନ୍ତି, ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଏବଂ ସେହି ଅନୁସାରେ ଅନ୍‌ଲକ୍‌ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି ସୂଚନା ଦେଇଛନ୍ତି । ତେବେ ଲୋକ ଢିଲା ହେବା ଅନୁଚିତ୍ । କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । ଆମକୁ ସଚେତନ ରହିବା ଦରକାର, ନହେଲେ ବିପଦ ପୁଣି ବଢ଼ିବ ବୋଲି କହିଛନ୍ତି ଡିଏମ୍‌ଇଟି ।

Advertisment

ଅନ୍ୟପଟେ ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଥମି ନାହିଁ । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି । ୨୪ ଘଣ୍ଟାରେ ୧ ହଜାର ୯୩୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟର କ୍ୱାରେଣ୍ଟିନରୁ ୧,୧୧୭ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୮୧୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୩,୬୭୫ ଛୁଇଁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୯୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ୯,୧୫,୪୦୦ ଜଣ କରୋନାକୁ ମାତ୍‌ ଦେଇଛନ୍ତି। ରାଜ୍ୟରେ ଏବେ ମୋଟ ଆକ୍ଟିଭ ସଂଖ୍ୟା ୨୩,୪୯୨ ରହିଛି। ସେହିପରି ରାଜ୍ୟରେ ପୁଣି ୬୮ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪, ୭୩୦କୁ ବୃଦ୍ଧି ପାଇଛି । 

Advertisment

ତେବେ ସବୁଠାରୁ ଅଧିକ ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ସବୁଠାରୁ ଅଧିକ। ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୪୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଖି ବୁଜିଛନ୍ତି ୧୭ ଜଣ ରୋଗୀ। ସେହିପରି  ଅନୁଗୁଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗିରରୁ ୧, ବୌଦ୍ଧରୁ ୩, କଟକରୁ ୨୨୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬୨, ଗଜପତିରୁ ୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୫, ଯାଜପୁରରୁ ୧୨୫, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୭ ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷେ, କେନ୍ଦ୍ରାପଡ଼ାରୁ ୧୨୩, କେନ୍ଦୁଝରରୁ ୪୮, କୋରାପୁଟରୁ ୧୪, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡରୁ ୫୮, ନୂଆପଡ଼ାଅରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୁବର୍ଣ୍ଣପୁରରୁ ୫, ସୁନ୍ଦରଗଡ଼ରୁ ୯୪ ଏବଂ ଷ୍ଟେଟପୁଲରୁ ୭୫ ରୋଗୀ ଚିହ୍ନଟ ହୋଇଛନ୍ତି ।

Odisha COVID-19 COVAXIN
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ