Advertisment

କରୋନାର କରାଳ ଭୟ ମଧ୍ୟରେ ବିଶେଷଜ୍ଞ ଦେଲେ ଖୁସି ଖବର

କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି ।

ଅଦ୍ୟତନ ହୋଇଛି
Corona

Corona

Advertisment

ସାରା ବିଶ୍ୱରେ ଏବେ କରୋନା ଭୟ । ସମସ୍ତଙ୍କ ମନରେ କରୋନାର କରାଳ ରୂପ । ସଂକ୍ରମିତ ହେବା ନେଇ ସମସ୍ତଙ୍କ ମନରେ ରହିଛି ଭୟ । କାରଣ ଯେତେ ସତର୍କ ରହିଲେ ବି ଲୋକେ ହେଉଛନ୍ତି ସଂକ୍ରମିତ । ତେବେ ଏହାରି ଭିତରେ ପୁଣି ଥରେ ମନକୁ ଆସ୍ୱସ୍ଥ କଲା ଭଳି ଖବର ସାମ୍ନାକୁ ଆସିଛି ।

Advertisment

କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି । ଏମିତିକି ଦେହ ଛେଚିକୁଟି ହେଉଥିବା ଦେଖାଯାଉଛି । ଖାଲି ସେତିକି ନୁହେଁ ପେଟ କାଟିବା ଏବଂ ପତଳା ଝାଡ଼ା ହେବା ୩ୟ ଲହରରେ ବେଶି ଦେଖାଯାଉଛି ।

କିନ୍ତୁ ସବୁଠାରୁ ବଡ଼ କଥା ହେଲା ଘ୍ରାଣଶକ୍ତି ଚାଲିଯିବା ଏହି ୩ୟ ଲହରରେ ଦେଖାଯାଉନି । ୩ୟ ଲହରରେ ରୋଗୀ ଶୀଘ୍ର ଆରୋଗ୍ୟ ହେଉଥିବା ବି ଦେଖାଯାଉଛି । ଟେଷ୍ଟରେ ଯାହାର ସିଟିଭ୍ୟାଲୁ ଅଧିକ, ସେମାନଙ୍କଠାରେ ଭୂତାଣୁ କମ୍ ରହିଛନ୍ତି । ଓମିକ୍ରନ ଶୀଘ୍ର ଆକ୍ରାନ୍ତ କରୁଛି ହେଲେ ରୋଗୀ ଗୁରୁତର ହେଉନାହାନ୍ତି । ଓମିକ୍ରନ ଭୂତାଣୁ ଗଳାରେ ରହୁଛି, ଛାତିକୁ ଆସୁନି କି ଗୁରୁତର କରୁନି । ବେଶି ଔଷଧ ନୁହେଁ, ଅଳ୍ପ କିଛି ଔଷଧରେ ଭଲ ହେବା ସମ୍ଭାବନା ଅଧିକ ରହିଛି । ତେବେ ଡାକ୍ତରଙ୍କ ପରାମର୍ଶ ବିନା ମନଇଚ୍ଛା ଔଷଧ ସେବନ କ୍ଷତିକାରକ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

Advertisment

ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ବଢ଼ୁଛି, ନୂଆ ଭାରିଆଣ୍ଟ୍ ବି ମାଡ଼ୁଛି । ଆଜି ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ଓମିକ୍ରନ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ILS । ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ କୁ ବୃଦ୍ଧି ପାଇଛି ।

ସେହିଭଳି ରାଜ୍ୟରେ ଆଜି ୧୦,୮୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୫୩କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୨୧ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୨୯୩, ଲୋକାଲ କଣ୍ଟାକ୍ଟ ୪୫୬୩ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

Advertisment
COVID-19 Corona Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ