Advertisment

ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ୍‌

ଡରାଇଲାଣି କରୋନା । କେବଳ ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା ।

Containment

Containment

Advertisment

ରାଜଧାନୀରେ ବଢ଼ୁଛି ସଂକ୍ରମଣ । କାୟା ବିସ୍ତାର କଲାଣି କରୋନା । ଖୋଦ୍‌ ରାଜଧାନୀରେ ସକାଳେ ୫ଟି ସ୍ଥାନରେ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିବା ବେଳେ ସନ୍ଧ୍ୟାରେ ଆଉ ୫ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ସେଗୁଡ଼ିକ ହେଲା ସୈନିକ ସ୍କୁଲ ପାଖ QR-3R4, ଇଣ୍ଡିଆନ୍‌ ଅଏଲ୍‌ ହାଉସିଂ ସୋସାଇଟିର ତୃତୀୟ ଫ୍ଲୋରରେ ଥିବା A-304 ଘର । ଏହାସହ ପାଣ୍ଡରା ଅଞ୍ଚଳର ପ୍ଲଟ୍‌ ନମ୍ବର ୩୦୪ କୁ ଘୋଷଣା କରାଯାଇଥିବା ବେଳେ XIMB ସ୍ଥିତ ବ୍ଲକ୍‌ ୨ର Qr-12 ଓ ଶ୍ରଳେଶ୍ରୀ ବିହାର ଲେନ୍‌-୬ର HIG-୫୬କୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି ।

Advertisment

ତେବେ ଆଜି ସକାଳୁ ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି । ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ,ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳ, ଟଙ୍କପାଣି ବିଷ୍ଣୁନଗର, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା ହୋଇଛି । 

ରାଜ୍ୟରେ ଦିନକରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୦୬ ରହିଛି। ସେହିପରି ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

Advertisment

ସେପଟେ ରାଜ୍ୟରେ ସମସ୍ତ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୧୦ ଦିନ ମଧ୍ୟରେ ସରକାରୀ, ବେସରକାରୀ ହସ୍ପିଟାଲ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ସେତିକି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ