Advertisment

ବିଳମ୍ବରେ କରୋନା ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ କିଶୋରଙ୍କ ଟୀକାକରଣ। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି। ଟିକା ନେବାକୁ ଉତ୍ସାହିତ ହୋଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରିଦେଲେଣି କିଶୋର କିଶୋରୀ।

ଅଦ୍ୟତନ ହୋଇଛି
Covid Vaccine

Covid Vaccine

Advertisment

ଭୁବନେଶ୍ୱର: ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ। ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଭର୍ଚୁଆଲ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ପ୍ରସ୍ତୁତି ବୈଠକ ହୋଇଛି। ତେବେ ପରୀକ୍ଷା ଥିବାରୁ ବିଳମ୍ବରେ ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ। ଜାନୁଆରୀ ୮ ପରେ ଦଶମ, ୧୧ ପରେ ଦ୍ୱାଦଶ ପିଲାଙ୍କୁ ଟିକା ଦିଆଯିବ।

Advertisment

ପ୍ରଥମ ଡୋଜ୍‌ର ୧୮ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେବେ। ଟିକା ପାଇଁ ଉପଯୁକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକ ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମ୍ଓଙ୍କ ସହ ଯୋଗାଯୋଗ କରିବେ। 

ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢ଼ା ପାଇଁ ଆସନ୍ତାକାଲିଠାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ଗତ ତିନି ଦିନ ଭିତରେ ରାଜ୍ୟରେ କରୋନା ସଂକ୍ରମଣ ୨ରୁ ୩ ଗୁଣ ବୃଦ୍ଧି ପାଇବା ଓ ଦେଶରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। 

Advertisment

ଆସନ୍ତାକାଲିଠାରୁ ଆରମ୍ଭ ହେବ କିଶୋରଙ୍କ ଟୀକାକରଣ। ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି। ଟିକା ନେବାକୁ ଉତ୍ସାହିତ ହୋଇ ଜାନୁଆରୀ ପହିଲାରୁ ନାମ ପଞ୍ଜିକରଣ ସହ ସ୍ଲଟ୍ ବୁକିଂ ଆରମ୍ଭ କରିଦେଲେଣି କିଶୋର କିଶୋରୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, କେବଳ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ଲାଗି ରାଜ୍ୟରେ ୯୩୯ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ମାସକ ଭିତରେ କିଶୋରଙ୍କ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।  

COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ