Advertisment

ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେବାଳିଆ କରିବାକୁ ଯାଉଛି କରୋନା ମହାମାରୀ

୧୯୩୦ ମସିହା ପରେ କରୋନା ମହାମାରୀ ପାଇଁ ପୁଣି ଥରେ ଘୋର ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଛି ବିଶ୍ୱ।ବର୍ଷେରୁ ଅଧିକ ସମୟ ଧରି ଲକଡାଉନ ଓ ସଟଡାଉନ ଯୋଗୁଁ ଉତ୍ପାଦନ କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି।

 people's financial situation

people's financial situation

Advertisment

ନୂଆଦିଲ୍ଲୀ: ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେବାଳିଆ କରିବାକୁ ଯାଉଛି କରୋନା ମହାମାରୀ। ସ୍ୱାସ୍ଥ୍ୟସେବା ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାରୁ, ଆଗାମୀ ଦିନରେ ବହୁ ଲୋକ ଗରିବ ହୋଇଯିବେ ଏବଂ ପୂର୍ବରୁ ଗରିବ ଥିବା ଲୋକଙ୍କ ଅବସ୍ଥା ରସାତଳକୁ ଚାଲିଯିବ। ବିଶ୍ୱବ୍ୟାଙ୍କ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଛି। ମହାମାରୀ ଆସିବା ପୂର୍ବରୁ ସ୍ୱାସ୍ଥ୍ୟସେବା ଜନିତ ଖର୍ଚ୍ଚକୁ ନେଇ ବିଶ୍ୱର ୫୦ କୋଟିରୁ ଅଧିକ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହୋଇପଡିଥିଲା। ଅନେକ ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ, ଦରିଦ୍ରଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଥିଲା। ତେବେ କରୋନା ମହାମାରୀ ବୋଝ ଉପରେ ନଳିତା ବିଡ଼ା ଭଳି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଅଧିକାଂଶ ଲୋକଙ୍କୁ ସେମାନଙ୍କ ନିଜସ୍ବ ସମ୍ବଳରୁ ସ୍ୱାସ୍ଥ୍ୟସେବା ଲାଗି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଆଗାମୀ ଦିନରେ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ଏହାର ସାଂଘାତିକ ପ୍ରଭାବ ପଡିବ ବୋଲି ରିପୋର୍ଟରେ କୁହାଯାଇଛି।

Advertisment

ରିପୋର୍ଟ କହୁଛି, ମହାମାରୀକୁ ନେଇ ୨୦୨୦ରେ ବିଶ୍ୱର ଅଧିକାଂଶ ଦେଶରେ ସ୍ୱାସ୍ଥ୍ୟସେବା ଗଭୀର ଭାବେ ପ୍ରଭାବିତ ହୋଇଥିଲା। ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରବଳ ଚାପଗ୍ରସ୍ତ ହେବା ସହ ସ୍ଥିତିର ମୁକାବିଲା ଲାଗି କଠିନ ସଂଘର୍ଷ କରିବାକୁ ପଡିଥିଲା। ଫଳରେ ଅନେକ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ଅନ୍ୟାନ୍ୟ ରୋଗରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲା ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ହେତୁ, ଯକ୍ଷ୍ମା ଓ ମାଲେରିଆ ଜନିତ ମୃତ୍ୟୁ ବଢିଥିବା ରିପୋର୍ଟରେ କୁହାଯାଇଛି।

ତେଣୁ ସରକାରମାନେ ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚକୁ ତୁରନ୍ତ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଆଧାନମ୍। ଅର୍ଥକୁ ନଡରି ପ୍ରତ୍ୟେକ ଦେଶ ସେମାନଙ୍କର ସବୁ ନାଗରିକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ଉଦ୍ୟମ କରିବା ଦରକାର ବୋଲି ସେ ମତ ଦେଇଛନ୍ତି। ମହାମାରୀ ପୂର୍ବରୁ ଅନେକ ଦେଶ ସେମାନଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିଛନ୍ତି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ। ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏଭଳି କରାଯିବା ଦରକାର, ଯାହା ବଡ଼ ଝଟକାକୁ ସହ୍ୟ କରିବାକୁ ସମର୍ଥ ହେବ ବୋଲି କହିଛନ୍ତି ଆଧାନମ୍।

Advertisment

କରୋନା ମାଡ଼ରେ କେବଳ ସ୍ୱାସ୍ଥ୍ୟସେବା ନୁହେଁ, ବିପର୍ଯ୍ୟସ୍ତ ହୋଇପଡିଛି ଲୋକଙ୍କ ଆର୍ଥିକ ସ୍ଥିତି। କୋଟି କୋଟି ଲୋକ ଜୀବନ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବ ବୋଲି ବିଶ୍ୱବ୍ୟାଙ୍କ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି। କରୋନା ମାହାମାରୀ ଜନିତ ଲକଡାଉନ ଓ ସଟଡାଉନ ଯୋଗୁଁ ଘୋର ପ୍ରଭାବିତ ହୋଇଛି ଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ଆର୍ଥିକ କାରବାର। ଏହାର ପ୍ରଭାବରେ ରୋଜଗାର ହରାଇଛନ୍ତି କୋଟି କୋଟି ଲୋକ। ତେବେ ଆଗକୁ ଦାରିଦ୍ର୍ୟ ଆହୁରି ଅଧିକ ଉଗ୍ର ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି।

୧୯୩୦ ମସିହା ପରେ କରୋନା ମହାମାରୀ ପାଇଁ ପୁଣି ଥରେ ଘୋର ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଛି ବିଶ୍ୱ।ବର୍ଷେରୁ ଅଧିକ ସମୟ ଧରି ଲକଡାଉନ ଓ ସଟଡାଉନ ଯୋଗୁଁ ଉତ୍ପାଦନ କ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି।  ଶିଳ୍ପ, ବ୍ୟବସାୟ ଓ ବ୍ୟାଙ୍କସେବା ଦୀର୍ଘଦିନ ଧରି ବନ୍ଦ ରହିବା ଫଳରେ ରୋଜଗାର ହରାଇଛନ୍ତି କୋଟି କୋଟି ଲୋକ। ଯାହାକି ବୋଝ ଉପରେ ଲଳିତାବିଡ଼ା ଭଳି ହୋଇଛି ସ୍ବାସ୍ଥ୍ୟସେବା ଜନିତ ଖର୍ଚ୍ଚ। କେଇଗୁଣା ବଢ଼ିି ଯାଇଥିବା ବେଳେ ରୋଜଗାର ଉଭେଇ ଯାଇଛି।

Advertisment

ତେଣୁ ତଳଶ୍ରେଣୀର ଲୋକଙ୍କ ଅବସ୍ଥା ସାଂଘାତିକ ହୋଇପଡିଛି। କରୋନା ପୂର୍ବରୁ ବିଶ୍ୱର ଶହେ କୋଟିରୁ ଅଧିକ ଲୋକଙ୍କୁ ନିଜ ଆୟର ୧୦ ପ୍ରତିଶତ ସ୍ୱାସ୍ଥ୍ୟସେବା ବାବଦକୁ ଖର୍ଚ୍ଚ କରୁଥିଲେ, ଯାହାକି ବହୁତ ଅଧିକ ବୋଲି କହିଛନ୍ତି ବିଶ୍ୱ ବ୍ୟାଙ୍କର ହେଲ୍ଥ, ନ୍ୟୁଟ୍ରିସନ ଓ ପପୁଲେସନ ବିଭାଗର ନିର୍ଦ୍ଦେଶକ। ଜୁଆନ୍ ପାବ୍ଲୋ ଉରିବେ ଖାସ୍ କରି ସ୍ୱଳ୍ପ ଆୟରୁ ଗରିବଙ୍କୁ ସ୍ୱାସ୍ଥ୍ୟସେବା ବାବଦକୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାରୁ ସରକାରଙ୍କୁ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ବୋଲି ସେ ମତ ଦେଇଛନ୍ତି।

ସ୍ୱାସ୍ଥ୍ୟ ହେଉ କି ଆର୍ଥିକ ସ୍ଥିତି ଆଗାମୀ ଦିନରେ କରୋନାର ସୁଦୂରପ୍ରସାରୀ ପ୍ରଭାବ ଅନୁଭୂତ ହେବାକୁ ଯାଉଛି ଖାସ୍ କରି ଗ୍ରାମାଞ୍ଚଳ ଓ ଗରିବ ଲୋକ। ଏହାଦ୍ୱାରା ବିଶେଷ ପ୍ରଭାବିତ ହେବେ ସ୍ଥିତି ମୁକାବିଲା ଲାଗି ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ସାଙ୍ଗକୁ ନିଜ ନାଗରିକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାରମାନେ ତତ୍ପର ହେବା ଲାଗି ପରାମର୍ଶ ଦିଆଯାଇଛି। ନଚେତ୍ ସ୍ଥିତି ଅଣାୟତ୍ତ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଅନ୍ୟପକ୍ଷରେ ମହାମାରୀ ବ୍ୟାପିବା ପରଠାରୁ ଓ୍ୱାର୍ଲଡ ବ୍ୟାଙ୍କ ଗ୍ରୁପ୍ ୧୫୭ ବିଲିୟନ ଡଲାର ଅର୍ଥ ବିନିଯୋଗ କରିଛି। ଲୋକଙ୍କ ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସ୍ଥିତିକୁ ସୁରକ୍ଷା ଦେବା ଲାଗି ଏହି ଅର୍ଥ ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ଶହେରୁ ଅଧିକ ରାଷ୍ଟ୍ର ଉପକୃତ ହୋଇଥିବା ରିପୋର୍ଟରେ କୁହାଯାଇଛି।

COVID19 New Delhi Corona Affect Economics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ