Advertisment

୪୦୦ ଏକର ଶାଳ ଗଛ କାଟି ପିଜୁଳି ଗଛ ଲଗାଇଛନ୍ତି ସରକାର !

ଜାତୀୟ ଗ୍ରୀନ ଟ୍ରିବୁନାଲ୍‌ରେ ଅଭିଯୋଗ ପରେ ଏନଜିଟି ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଦ୍ୟତନ ହୋଇଛି
NGT

NGT

Advertisment

ଏକ କୋଟି ତଣ୍ଡ ଗଣିବେ ରାଜ୍ୟ ସରକାର ! ମହଙ୍ଗା ପଡିଲା ପରିବେଶ ନିୟମ ଉଲ୍ଲଂଘନ । ଭୁଲ୍ କାମ ଯୋଗୁଁ ଏକ କୋଟି ଟଙ୍କାର ତଣ୍ଡ ଗଣିବେ ରାଜ୍ୟ ସରକାର । ପରିବେଶ ନିୟମକୁ ଉଲ୍ଲଂଘନ କରି ଶାଳ ଗଛ କାଟି ପିଜୁଳି ଗଛ ରୋପଣ କରାଯାଇଥିବାରୁ ଏନଜିଟି ପକ୍ଷରୁ ରାଜ୍ୟ ସରକାରଙ୍କଠାରୁ କୋଟିଏ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲର ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭ ଏକର ୮୩ ଡିସମିଲ ଜଙ୍ଗଲରେ ଶାଳ ଗଛ କାଟି ପିଜୁଳି ଗଛ ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ୍‌ରେ ଅଭିଯୋଗ ପରେ ଏନଜିଟି ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଜରିମାନା ଅର୍ଥ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment
NGT Sukinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ