Advertisment

ରାଜେନ୍ଦ୍ର ୟୁନିଭର୍ସିଟିରେ ପଶିଲା କରୋନା, ଭିସୁଟ୍‌ରେ ଅଫଲାଇନ୍‌ ପରୀକ୍ଷା ସ୍ଥଗିତ

ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ କରାଯାଇଛି।

ଅଦ୍ୟତନ ହୋଇଛି
Surge In Covid Cases At VSSUT Burla

Surge In Covid Cases At VSSUT Burla

Advertisment

ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍‌ଲାଇନ୍‌ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍‌ଲାଇନ୍‌ କ୍ଲାସ ବନ୍ଦ କରାଯାଇଛି। କୋଭିଡ୍ ଆକ୍ରାନ୍ତ ଛାତ୍ରୀଛାତ୍ରୀଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି। କୋଭିଡ୍ ନେଗେଟିଭ୍ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି।  ଗତକାଲି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଭିସୁଟ୍‌ରେ ଲକ୍ଷଣ ଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାବ୍ ନମୁନା ପରୀକ୍ଷା କରିଥିଲେ। 

Advertisment

ସେପଟେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିର ପିଜି ହଷ୍ଟେଲର ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ପୂର୍ବେ ଛାତ୍ରଙ୍କର ଥଣ୍ଡା କାଶ ହେଉଥିଲା। ଏହାପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ସମ୍ପୃକ୍ତ ଛାତ୍ରଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା ସହ RTPCR ଟେଷ୍ଟ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ହଷ୍ଟେଲରେ ୫୦ ଜଣ ଛାତ୍ରଙ୍କ ପାଇଁ କମନ ଶୌଚାଳୟ ରହିଥିବାରୁ ସଂକ୍ରମଣ ଆଶଙ୍କା କରାଯାଉଛି। ଏଥିପାଇଁ ଛାତ୍ରଙ୍କୁ ନିଜ ଗାଁକୁ ପଠାଇ ସେଠାରେ ହୋମ୍ ଅାଇସୋଲେସନରେ ରହିବାକୁ କୁହାଯାଇଛି।

ଆଜି ଅନ୍ୟ ଛାତ୍ରମାନଙ୍କର ସ୍ୱାବ୍ ଟେଷ୍ଟ କରାଯିବ ବୋଲି କୁଳପତି ଉମାବଲ୍ଲଭ ମହାପାତ୍ର କହିଛନ୍ତି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୭ ଡାକ୍ତରୀ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କୁ ମେଡିକାଲ କଲେଜ କୋଭିଡ୍ ହସ୍ପିଟାଲରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩୦ରୁ ଅଧିକଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। 

Advertisment

ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୭୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୧୨୪ ରହିଛି। ଖୋର୍ଦ୍ଧା (Khurda Dist) ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

COVID19 Rajendra University Bolangir VSSUT Burla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ