Advertisment

କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍

କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା।

undefined

Corona

Advertisment

କୋଭିଡ୍ ମୁକାବିଲାକୁ ବଡ଼ ବଳ। ଖାଲି ସିରିଞ୍ଜ ନୁହେଁ, ନାକ ପୁଡ଼ାରେ ବି ନେଇହେବ କରୋନା ଭ୍ୟାକସିନ୍। ଶନିବାର ସନ୍ଧ୍ୟାରେ କୋଓ୍ବିନ୍ ଆପ୍‌ରେ ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍‌ର ନାଜାଲ୍ ଭ୍ୟାକ୍ସିନ୍-ଇନକୋଭ୍ୟାକ୍ ସାମିଲ ହେବା ପରେ ଦେଶର କୋଭିଡ୍ ଟିକାକରଣ ଅଭିଯାନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ପ୍ରାରମ୍ଭିକ ଭାବେ ଇନକୋଭ୍ୟାକ୍ ଟୀକା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ନାଜାଲ ଭ୍ୟାକ୍ସିନ୍ ଦୁଇ ପ୍ରକାର ବାଟରେ କୋଭିଡ୍‌କୁ ମାତ୍ ଦେବ। ପୂର୍ବ ଟୀକାଗୁଡ଼ିକ ଭଳି ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଏବଂ ନାକ ଓ ଗଳା ବାଟେ ଶରୀରକୁ କରୋନା ଭୂତାଣୁ ପ୍ରବେଶକୁ ମଧ୍ୟ ରୋକିବାରେ ସମର୍ଥ ହେବ। ବଜାରରେ ଉପଲବ୍ଧ ହେବା ପରେ ଲୋକେ ଏହାକୁ ନିଜେ ବ୍ୟବହାର କରି କୋଭିଡ୍ କବଳରୁ ବର୍ତ୍ତିପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Advertisment

କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା। ଆଜି ଭିଡିଓ କନ୍ଫରେନ୍ସିଂରେ ସ୍ୱାସ୍ଥ୍ୟ ବିଭାଗ କରିଛି ଉଚ୍ଚସ୍ତରୀୟ ବୈଠକ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜିଲ୍ଲାସ୍ତରୀୟ କୋଭିଡ୍ ମୁକାବିଲା ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭ରେ ହେବ ମକଡ୍ରିଲ୍। ଏହାସହ ବିଭିନ୍ନ ଦେଶରେ କୋଭିଡ୍ ଭୟାବହତା ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ବି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସବୁ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଲାଗି ସ୍ବତନ୍ତ୍ର ବେଡ୍ ଓ ଅକ୍ସିଜେନ୍ ସୁବିଧା ଥିବା ବେଡ୍ ଏବଂ ଆଇସିୟୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଦ୍ୱିତୀୟ ଲହରର ପିକ୍ ଲୋଡ୍ ଭଳି କୋଭିଡ୍ ସ୍ଥିତିର ସାମ୍ନା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ମାସକ ପାଇଁ ଟେଷ୍ଟିଂ କିଟ୍ ଓ ଔଷଧ ମହଜୁଦ ରହିଛି ଜିଲ୍ଲାମାନଙ୍କୁ ଟେଷ୍ଟିଂ ବଢ଼ାଇବାକୁ ବି କୁହାଯାଇଛି।

Advertisment

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ପୁଣି ପଡ଼ୋଶୀ ଦେଶ ମାନଙ୍କରେ ଉଗ୍ର ରୂପ ନେଇଥିବା କରୋନା ସମ୍ପର୍କରେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି। ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ବୁଷ୍ଟର ଡୋଜ୍ ଟିକା ନେବାକୁ ଅନୁରୋଧ କରିଛନ୍ତି।

(କଟକରୁ ପ୍ରଭାତ ବିଷୋୟୀଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)

Mann Ki Baat CoWIN
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ