Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେ ରାଜ୍ୟ ସରକାର: କୋଭିଡ୍ ମୃତକଙ୍କ ପରିବାରକୁ ଦେବେ ୫୦ ହଜାର

କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।  କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଥିଲେ।

Covid Death

Covid Death

Advertisment

ଭୁବନେଶ୍ୱର: କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା। କରୋନା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବେ। ରାଜ୍ୟ ସରକାରଙ୍କ ସହାୟତା ନେଇ DMET ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ। ପରିବାର ପିଛା ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର SOP ଜାରି କରିବେ।

Advertisment

ସେ ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂକ୍ରମଣର ୩୦ ଦିନ ମଧ୍ୟରେ ମୃତ୍ୟୁବରଣ କଲେ ୫୦ ହଜାର ମିଳିବ। ୩୦ ଦିନ ଭିତରେ ଆତ୍ମହତ୍ୟା ବା ଦୁର୍ଘଟଣାରେ ମୃତକଙ୍କୁ ସାମିଲ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ମଧ୍ୟ ଯୋଗ କରାଯିବ। ଫଳରେ ରାଜ୍ୟରେ କୋଭିଡ୍ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। ନିୟମ ଅନୁସାରେ ମୃତ୍ୟୁ ଅଡିଟ ପାଇଁ ଜିଲ୍ଲାସ୍ତରରେ କମିଟି ଗଠନ ହେବ। ଏହି କ୍ରାଇଟେରିଆରେ ଥିବା ବ୍ୟକ୍ତି ଏଥତ୍ପାଇଁ ଆବେଦନ କରିପାରିବେ।

ସୂଚନା ଯୋଗ୍ୟ କରୋନା ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।  କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ। ତେବେ ଏହି ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ସରକାର ମଧ୍ୟ କହିଥିଲେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କରୋନା କାରଣରୁ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ନ୍ୟାସନାଲ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ସୁପାରିଶ କରିଥିଲେ।

Advertisment

କୋଭିଡ୍ ମୃତକଙ୍କ ପରିବାରକୁ ସହାୟତା ନେଇ ସତ୍ୟପାଠ ପରିପ୍ରେକ୍ଷୀରେ ପ୍ରଶଂସା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ୍ ଏମ୍. ଆର ସାହା ଓ ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ପ୍ରଶଂସା କରି କହିଥିଲେ ଯେ, ପୀଡ଼ିତଙ୍କ ଆଖିରୁ ଲୁହ ପୋଛିବାକୁ କେନ୍ଦ୍ରର ଉଦ୍ୟମରେ ଆମେ ଅତ୍ୟନ୍ତ ଖୁସି।  ଏକ ଜନବହୁଳ ରାଷ୍ଟ୍ରରେ କୋଭିଡ ପରିଚାଳନାରେ ଭାରତ ଏକ ଉଦାହରଣ। ଆର୍ଥିକ ସ୍ଥିତିକୁ ଦେଖି ଟିକାକରଣରେ ଭାରତ ଯାହା ଖର୍ଚ୍ଚ କରିଛି ତାହା  ଉଦାହରଣ ଯୋଗ୍ୟ ବୋଲି କୋର୍ଟ କହିଥିଲେ। ଭାରତ ଯାହା କରି ଦେଖାଇଛି ତାହା ଅନ୍ୟ ରାଷ୍ଟ୍ର କରିପାରିନାହାନ୍ତି ବୋଲି କୋର୍ଟ କହିଥିଲେ।

Odisha COVID19 Supreme Court Covid Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ