Advertisment

ପିଲାଙ୍କ ସଂକ୍ରମଣ ବଢିଲେ ବନ୍ଦ ହୋଇପାରେ ସ୍କୁଲ

ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଏ ନେଇ DMET ଡାକ୍ତର ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ ପିଲାଙ୍କ ସଂକ୍ରମଣ ପାଇଁ ପରିବାରଙ୍କୁ  ପରୋକ୍ଷରେ ଦାୟୀ କରିଛନ୍ତି।

ଅଦ୍ୟତନ ହୋଇଛି
covid affected children

covid affected children

Advertisment

ଭୁବନେଶ୍ୱର:  ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଥିଲେ ବି ଶିଶୁଙ୍କ ସଂକ୍ରମଣ  ଚିନ୍ତା ବଢାଇଛି। ଯଦିଓ ଆଜି ଶିଶୁଙ୍କ ସଂକ୍ରମଣ ସାମାନ୍ୟ କମିଛି ତଥାପି ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍‌ ବର୍ଗର ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ, ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ପାଇଥିବା ନେଇ ସମୀର ଦାଶ କହିଛନ୍ତି। ଶିଶୁଙ୍କ ସଂକ୍ରମଣ ନେଇ DMET ଡାକ୍ତର ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା ଦେଇ ପିଲାଙ୍କ ସଂକ୍ରମଣ ପାଇଁ ପରିବାରଙ୍କୁ  ପରୋକ୍ଷରେ ଦାୟୀ କରିଛନ୍ତି। 

Advertisment

ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେଣୁ  ଅଭିଭାବକ ଏସବୁ ତଥ୍ୟ ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଏପରିକି ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହୋଇପାରେ କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। 

Advertisment

 ଅନ୍ୟପକ୍ଷେ, ଶିଶୁଙ୍କ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସ୍କୁଲରେ ସଂକ୍ରମଣ ବଢ଼ିବ ବୋଲି ଆଗରୁ ଆଶଙ୍କା କରାଯାଉଥିଲା।  କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, କେତେ ଗୁରୁତର ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଯଦି ଶିଶୁଙ୍କ ପାଖରେ ଲକ୍ଷଣ ରହୁଛି, ସ୍କୁଲ ନ ଆସିବାକୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର। ମିଳିଥିବା ତଥ୍ୟ ଅନୁଯାୟୀ,  ICUରେ ୨% ଶିଶୁ ଚିକିତ୍ସାଧୀନ ଅଛନ୍ତି। ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ।  ଟ୍ୱିନ୍‌ସିଟିରେ ଆର୍ ଭ୍ୟାଲୁ ୧ ପ୍ରତିଶତ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଆଜି ରାଜ୍ୟରୁ ୬୩୮ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୩୭୨ ଥିବାବେଳେ ଲୋକାଲ କେସ୍ ରହିଛି ୨୬୬ । ଏହି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୨ ଲେଖାଏଁ ଓ ପୁରୀରୁ ଜଣେ ଲେଖାଏ ମୃତ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି।

Advertisment

ଅନ୍ୟପକ୍ଷେ, ଦେଶରେ ଦିନକରେ ୩୧,୨୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୨୭,୬୨୧ ଛୁଇଁଛି। ସେହିପରି ଆହୁରି ୨୯୦ ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୧,୦୪୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆକ୍ଟିଭ କେସ ୩,୯୨,୮୬୪ ଥିବାବେଳେ ସୁସ୍ଥ ହେଲେଣି ୩,୨୨,୨୪,୯୩୭ ଜଣ।

ସୂଚନାଥାଉ କି, କାମାକ୍ଷାନଗରରେ ୭ ଦିନ ପାଇଁ କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ବନ୍ଦ କରି ଦିଆଯାଇଛି ।ବିଦ୍ୟାଳୟର ୨୦ ଜଣ କରୋନା ପଜିଟିଭ ଚିହ୍ନଟ ପରେ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ୨୦ ଜଣଙ୍କ ମଧ୍ୟରେ ୧୪ ଛାତ୍ରଛାତ୍ରୀ,୫ ଜଣ ଶିକ୍ଷକ ଓ ଜଣେ ପିଅନ ଅଛନ୍ତି । ୩୪୪ଟି ନମୁନା ସଂଗ୍ରହ କରାଯାଇଥିଲା, ସେଥିରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। 

COVID-19 Corona Infection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ