Advertisment

କାଢା ପିଇବାକୁ କହିଲେ ମୋଦି

ଟିକାକୁ ନେଇ କୌଣସି ଭ୍ରମକୁ ଆମେ ପ୍ରଶ୍ରୟ ଦେବା ନାହିଁ। କରୋନା ବିରୋଧରେ ଲଢ଼େଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ଅଛି।

PM Modi

PM Modi

Advertisment

ନୂଆଦିଲ୍ଲୀ: ପୂର୍ବ ଭ୍ୟାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ତୀବ୍ର ଗତିରେ ମାଡ଼ିଚାଲିଛି। ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ପରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ। ଆମେରିକାରେ ଦିନକରେ ୧୪ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଆମକୁ ସତର୍କ, ସାବଧାନ ରହିବାକୁ ପଡ଼ିବ; ଭୟଭୀତ ହେବାନି। ପୂଜା, ପାର୍ବଣ ଋତୁରେ ଆମେ ଟିକେ ବି ବେପରୁଆ ହେବାନି। ମେଡିକାଲ ଭିତ୍ତିଭୂମିକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

ଯେଉଁ ଭ୍ୟାରିଆଣ୍ଟ ହୋଇଥାଏ, କରୋନା ବିରୋଧରେ ଟିକା ହିଁ ଲଢ଼ିବ। ଦେଶରେ ୯୦% ପ୍ରଥମ ଓ ୭୦% ଲୋକ ୨ୟ ଡୋଜ୍ ନେଲେଣି। ଭାରତରେ ୩ କୋଟି କିଶୋରଙ୍କୁ ଟିକାକରଣ କରାଗଲାଣି। ରାଜ୍ୟମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ଅଛି। ପ୍ରିକସନ ଡୋଜ୍ ଯେତେଶୀଘ୍ର ଦିଆଯାଇପାରିବ, ବହୁତ ଭଲ ହେବ। 

ସେହିପରି ଟିକାକୁ ନେଇ କୌଣସି ଭ୍ରମକୁ ଆମେ ପ୍ରଶ୍ରୟ ଦେବା ନାହିଁ। କରୋନା ବିରୋଧରେ ଲଢ଼େଇ ନେଇ ଆମର ୨ ବର୍ଷର ଅଭିଜ୍ଞତା ଅଛି। ଜୀବନ, ଜୀବିକା ପାଇଁ ଲୋକାଲ କଣ୍ଟେନମେଣ୍ଟ ଉପରେ ଫୋକସ ଜରୁରୀ। ଅନେକ ରାଜ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି ବୋଲି ମୋଦି କହିଛନ୍ତି।  ଓମିକ୍ରନ ସହ ସମ୍ଭାବ୍ୟ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ପାରମ୍ପରିକ ପାନୀୟ କାଢ଼ା ପିଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏ ସମସ୍ୟାକୁ ଆମେ ସଫଳତାର ସହ ପାରି କରିବା ବୋଲି ମୋଦି କହିଛନ୍ତି। 

Advertisment
COVID19 Omicron Cases In India Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ