sanghamitra pati says on sero survey
ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଛି ୭୩ ପ୍ରତିଶତ ଆଣ୍ଟିବଡ଼ି। ଏହି ୧୨ ଜିଲ୍ଲାର ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡ଼ି ସୃଷ୍ଟିକୁ ନେଇ ବିଶେଷ ଫରକ୍ ନାହିଁ। RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ରାଜ୍ୟର ୧୨ ଜିଲ୍ଲାରୁ ୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା, ଯେଉଁଥିରେ ମୋଟ ୭୩ ପ୍ରତିଶତ ଲୋକଙ୍କ ପାଖରେ ଆଣ୍ଟିବଡ଼ି ଦେଖିବାକୁ ମିଳିଥିଲା।
ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ୯୩ ଦଶମିକ ୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବାବେଳେ ୬ରୁ ୧୦ ବର୍ଷ ବୟସ୍କ ଶିଶୁଙ୍କ ମଧ୍ୟରେ ୭୦ ପ୍ରତିଶତ, ୧୧ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ୭୪ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ପ୍ରଥମ କରି ୧୮ ବର୍ଷରୁ କମ୍ ପିଲାଙ୍କୁ ଏହି ସେରୋ ସର୍ଭେରେ ସାମିଲ କରାଯାଇଥିଲା।
ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ପ୍ରତିଶତ ଉପରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
Also Read
ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ କମୁଛି। ଆଜି ରାଜ୍ୟରେ ୫୦୦ରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୫୮ ଜଣ ଥିବାବେଳେ ଲୋକାଲ କେସ୍ ୧୮୬ ଚିହ୍ନଟ କରାଯାଇଛି।
ସେହିପରି ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୬ ଆଖି ବୁଜିଛନ୍ତି। କେବଳ କେରଳରୁ ୧୫,୯୫୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୫ ଆଖି ବୁଜିଛନ୍ତି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୭,୧୯୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ୨,୯୯,୬୨୦ଥିବାବେଳେ ସୁସ୍ଥ ସଂଖ୍ୟା ୩,୨୯,୩୧,୯୭୨ ରହିଛି ।
ତେବେ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶଙ୍କା ଦେଖା ଦେଇଥିବାବେଳେ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଓଡ଼ିଶାରେ ତୃତୀୟ ଲହରର ସେମିତି ପ୍ରଭାବ ପଡ଼ିନପାରେ । ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ସ୍ଥିତିରେ ଅଛୁ । ସେରୋ ସର୍ଭେ ରିପୋର୍ଟ ଅନୁସାରେ ସବୁ ବର୍ଗର ଲୋକଙ୍କ ଆଣ୍ଟିବଡି ବଢିଛି ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us