Advertisment

ଓଡ଼ିଶାରେ କାହିଁକି କମୁଛି ସଂକ୍ରମଣ? କାରଣ କହିଲେ DMET

ତେବେ ଏହା ବର୍ତ୍ତମାନର ସ୍ଥିତି ନୁହେଁ, ପୂର୍ବର ଲଗ୍‌କୁ କ୍ଲିୟର କରାଯାଉଛି। ଏବେ ପ୍ରକାଶିତ ହେଉଥିବା ମୃତ୍ୟୁ ସଂଖ୍ୟା ଅଡିଟେଡ୍ ଓଲ୍ଡ ରେକର୍ଡ। ଆଉ ୧୦ରୁ ୧୫ ଦିନ ଭିତରେ ଏହାର ଅଡିଟ ସରିଯିବ ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

Dmet Chief CBK Mohanty

Advertisment

ଭୁବନେଶ୍ୱର: ଓଡ଼ିଶାରେ ୧ ପ୍ରତିଶତ ତଳେ ରହିଛି ଆର୍ ଭ୍ୟାଲୁ। ସେଥିଲାଗି ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟରେ ଆର୍ ଭ୍ୟାଲୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଆର ଭ୍ୟାଲୁ ୧ ପ୍ରତିଶତ ଉପରେ ରହିଲେ ଜଣେ ଅନ୍ୟ ଜଣଙ୍କୁ ସଂକ୍ରମଣ କରିବ। ଦେଶରେ କେତେକ ରାଜ୍ୟରେ ଆର ଭ୍ୟାଲୁ ୧ ପ୍ରତିଶତ ଉପରେ ରହିଛି। ଫଳରେ ସେଠାରେ ସଂକ୍ରମଣ ବଢୁଛି। ଓଡ଼ିଶାରେ ସଂକ୍ରମଣ କମୁଥିବାରୁ ଆର୍ ଭ୍ୟାଲୁ ନିଶ୍ଚିତ ଭାବେ ୧ ପ୍ରତିଶତ ତଳେ ଥିବା ଡିଏମ୍ଇଟି କହିଛନ୍ତି। ତେବେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ ହଜାର ଟପିଥିବା ନେଇ ଡିଏମ୍ଇଟି ସୂଚନା ଦେଇଛନ୍ତି।

Advertisment

ତେବେ ଏହା ବର୍ତ୍ତମାନର ସ୍ଥିତି ନୁହେଁ, ପୂର୍ବର ଲଗ୍‌କୁ କ୍ଲିୟର କରାଯାଉଛି। ଏବେ ପ୍ରକାଶିତ ହେଉଥିବା ମୃତ୍ୟୁ ସଂଖ୍ୟା ଅଡିଟେଡ୍ ଓଲ୍ଡ ରେକର୍ଡ। ଆଉ ୧୦ରୁ ୧୫ ଦିନ ଭିତରେ ଏହାର ଅଡିଟ ସରିଯିବ ବୋଲି ସେ କହିଛନ୍ତି।

ସେହିପରି ଡେଙ୍ଗୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି। ଯେତେବେଳେ ଡେଙ୍ଗୁ ସଂକ୍ରମଣ ହୁଏ ତାହା ଏମିତି ବଢ଼େ ଯାହା ପ୍ରତିଷେଧକ ନିଆଯିବା କଥା ନିଆଯାଉଛି। ଭୁବନେଶ୍ୱରକୁ ଅଧିକ ଫୋକସ କରାଯାଉଛି। ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିବା ଡିଏମ୍ଇଟି କହିଛନ୍ତି।

Advertisment

ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Odisha News COVID19 DMET Director CBK Mohanty R Factor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ