Advertisment

କରୋନା ସଂକ୍ରମଣକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ।

ଅଦ୍ୟତନ ହୋଇଛି
Home Isolation

Home Isolation

Advertisment

ପୂର୍ବର SARS-CoV ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ(Incubation Period) ୧୦ ଦିନ ରହୁଥିଲା। ଅର୍ଥାତ୍ ଜଣେ ସଂକ୍ରମିତ ୧୦ ଦିନ ପର୍ଯ୍ୟନ୍ତ ଅନ୍ୟକୁ ସଂକ୍ରମିତ କରିପାରୁଥିଲେ। ସମୟକ୍ରମେ ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ କମି ୫/୬ ଦିନ ରହୁଛି। କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି।

Advertisment

(ଯେତିକି ଦିନ ଭାଇରସ୍‌ ଶରୀରରେ ଥାଏ, ସେହି ସମୟକୁ ଇନ୍‌କ୍ୟୁବେସନ୍‌ ପିରିୟଡ କୁହାଯାଇଥାଏ।)

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ସମୟକ୍ରମେ ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ଼ କମି ୫/୬ ଦିନ ରହୁଛି। ପୂର୍ବର SARS-CoV ଭୂତାଣୁର ଇନ୍‌କ୍ୟୁବେସନ୍‌ ପିରିୟଡ(Incubation Period) ୧୦ ଦିନ ରହୁଥିଲା। ତେଣୁ ଆକ୍ରାନ୍ତ ୭ ଦିନ ହୋମ୍ ଆଇସୋଲେସନରେ ରହିପାରିବେ। ଏହି ୭ ଦିନ ମଧ୍ୟରେ ଲଗାତାର ୩ ଦିନ ଜ୍ୱର ନଆସିଲେ, ଆାଇସୋଲେସନ ସରିବ। 

Advertisment

‘ଆଇସୋଲେସନ ପରେ ରୋଗୀ ୭ ଦିନ ନିଜ ହେପାଜତରେ ରହିବେ। ଯଦି ଷଷ୍ଠ ବା ସପ୍ତମ ଦିନ ଜ୍ୱର ଆସେ, ତେବେ ଡାକ୍ତରଙ୍କ ପରାମର୍ଶ କରିବେ। ସଂକ୍ରମଣ ଥିଲେ ହୋମ୍ ଆଇସୋଲେସନ ଅବଧି ବୃଦ୍ଧି କରାଯିବ’ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ସେମାନଙ୍କୁ ଟିକା ଦିଆଯିବ। 

Advertisment
COVID19 COVID Infection Home Isolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ