Advertisment

ତୃତୀୟ ଲହର ଆସିବା ପୂର୍ବରୁ ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଉଛି

ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଥିବାରୁ ଦ୍ୱିତୀୟ ଲହର ସରି ସରି ଆସୁଛି । ହେଲେ ସଂପୂର୍ଣ୍ଣ ସରିନଥିବାରୁ ଏବେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

ତୃତୀୟ ଲହର ଆସିବା ପୂର୍ବରୁ ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଉଛି

DMET CBK Mohanty

Advertisment

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଥିବାରୁ ଦ୍ୱିତୀୟ ଲହର ସରି ସରି ଆସୁଛି । ହେଲେ ସଂପୂର୍ଣ୍ଣ ସରିନଥିବାରୁ ଏବେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

Advertisment

ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ୧୨ ପ୍ରତିଶତ ରହୁଛି । ଯେହେତୁ ଯୁବଗୋଷ୍ଠୀ ଓ ବୟସ୍କ ବର୍ଗ ସଂକ୍ରମିତ ହୋଇସାରିଛନ୍ତି ଓ ଟିକା ନେଇସାରିଛନ୍ତି, ଶିଶୁଙ୍କୁ ଅଧିକ ସଂକ୍ରମଣର ଆଶଙ୍କା ରହୁଛି । ଶିଶୁ ସଂକ୍ରମଣ ତଥ୍ୟ ଉପରେ ସପ୍ତାହେ ନଜର ରଖିବା ପରେ ଶିଶୁଙ୍କ ସ୍ଥିତି କେମିତି ଅଛି ଜଣାପଡ଼ିବ ।

ତେବେ ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଜୀବନ ରକ୍ଷାକାରୀ ଇକମୋ ମେସିନ ଲଗାଇବା କାମ ଚୂଡ଼ାନ୍ତ ପଯର୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏଗୁଡ଼ିକ ଚାଲୁ ହେବ ବୋଲି ସେ କହିଛନ୍ତି ।

Advertisment

ଏଠି କହିରଖିବୁ, ରାଜ୍ୟର କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ତେବେ ଦେଶରେ ଦୈନିକ ସଂକ୍ରମଣ ହାର ମଧ୍ୟରୁ ୧୨ ପ୍ରତିଶତ ଶିଶୁ ଓ କିଶୋର ଥିବାବେଳେ ରାଜ୍ୟରେ ବି ସେହି ଅନୁପାତ ପ୍ରାୟ ସମାନ। ପ୍ରଥମ ଲହରରେ ଯେଉଁ ଟ୍ରେଣ୍ଡରେ ଥିଲା, ସେ ଟ୍ରେଣ୍ଡ ଆଜି ବି ଜାରି ରହିଛି। ଅନେକ ଲକ୍ଷଣ ବିହୀନ ରହୁଛନ୍ତି। ସିଭିୟରିଟି କମ୍ ରହୁଛି। ସଂକ୍ରମଣ ଉପର ମୁହାଁ ହେଲେ ଯାଇ ତୃତୀୟ ଲହର ବୋଲି ଜଣାପଡିବ ବୋଲି କହିଥିଲେ ଡିଏମଇଟି।

Advertisment

ଅନ୍ୟପକ୍ଷେ ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ।  ରାଜ୍ୟସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ  RMRC ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ କରାଯିବ।  ସଂପୃକ୍ତ ଜିଲ୍ଲାରେ ଶିଶୁଙ୍କ ସମେତ ସବୁ ବର୍ଗର ସେରୋ ସର୍ଭେ କରାଯିବ।  ଫଳରେ ରାଜ୍ୟରେ କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜଣାପଡିବ।

COVID-19 Odisha Covid News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ