Advertisment

ପ୍ରଥମ ଦିନରେ ଦେଶରେ କେତେ ପିଲା ନେଲେ ଟିକା, ଜାଣନ୍ତୁ

ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ହିଁ ଟିକାକରଣ କେନ୍ଦ୍ର କରାଯାଇଛି। ଯେଉଁମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମ ହୋଇଛନ୍ତି, ସେହିମାନେ ଟିକା ନେଉଛନ୍ତି।

Covid Vaccination

Covid Vaccination

Advertisment

ନୂଆଦିଲ୍ଲୀ: ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି। ଦିନକରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେବା, ଭାରତର କରୋନା ବିରୋଧୀ ଲଢ଼େଇରେ ଆଉ ଏକ ବିରାଟ ସଫଳତା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

ତେବେ ପିଲାଙ୍କୁ ଟିକା ଦେବା ଲାଗି ସ୍କୁଲ ଓ କଲେଜଗୁଡ଼ିକ ମଧ୍ୟ ସାମିଲ ହୋଇଛନ୍ତି। ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ହିଁ ଟିକାକରଣ କେନ୍ଦ୍ର କରାଯାଇଛି। ଯେଉଁମାନେ ୨୦୦୭ କିମ୍ବା ତା ପୂର୍ବରୁ ଜନ୍ମ ହୋଇଛନ୍ତି, ସେହିମାନେ ଟିକା ନେଉଛନ୍ତି। ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏହି ଟିକାକରଣର ଶୁଭାରମ୍ଭ କରିଥିଲେ।

ସେପଟେ ଆସନ୍ତା ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ, କରୋନାର ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରିଭେଣ୍ଚଟିଭ୍ ଡୋଜ୍ ବା ଥାର୍ଡ ଡୋଜ୍ ଟିକା ପ୍ରଦାନ କରାଯିବ। ତେବେ ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବା ନେଇ ସରକାର ଏଯାଏ ନିଷ୍ପତ୍ତି ନେଇନାହାନ୍ତି। ତା ସହିତ ଆଉ ୨ ଭାକସିନ ମଧ୍ୟ ଭାରତରେ ଦିଆଯିବା ଲାଗି ମଞ୍ଜୁରୀ ପାଇଛନ୍ତି। କୋର୍ବେଭାକ୍ସ ଓ କୋଭୋଭାକ୍ସ ଟିକାକୁ ଜରୁରୀ ବ୍ୟବହାର ଅନୁମତି ମିଳିସାରିଛି। 

Advertisment
COVID19 Omicron Variant Omicron Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ