ରାଜ୍ୟରେ ବଢ଼ିଲା କରୋନା ସଂକ୍ରମଣ; ପୁଣି ଆସିଲା ପଜିଟିଭ୍‌ ମାମଲା

ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିନକରେ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । କୋଭିଡରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ଓଡ଼ିଶାରେ ପୁଣି କରୋନା ପଜିଟିଭ୍‌

ରାଜ୍ୟରେ ପୁଣି ଡରାଇଲାଣି କରୋନା । ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସପ୍ତାହକ ମଧ୍ୟରେ ଚିହ୍ନଟ ହେଲେଣି ୩ ସଂକ୍ରମିତ । ଆଉ ସେପଟେ ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିନକରେ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । କୋଭିଡରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ସତର୍କତା ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ବ୍ୟକ୍ତି ଜନଗହଳି ସ୍ଥାନକୁ ନଯିବା ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ଆଗକୁ ନୂଆବର୍ଷ ଆସୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ବିଶେଷ କରି ଓଡ଼ିଶାରେ କୋଭିଡ୍ ପୁଣି କଡ଼ ଲେଉଟେଇବା ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି ।

ତେବେ ବିଶେଷଜ୍ଞଙ୍କ କହିବା କଥା, JN.1 ଭ୍ୟାରିଆଣ୍ଟ ଦ୍ରୁତ ସଂକ୍ରାମକ ହେଲେ ବି ଏଥିରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା କମ୍ । ତେଣୁ ସମସ୍ତେ ମାସ୍କ ନ ପିନ୍ଧି କେବଳ କାଶ, ଥଣ୍ଡା ଥିବା ବ୍ୟକ୍ତି ଏବଂ ବୟସ୍କ ଓ କୋମର୍ବିଡିଟି ଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଉଚିତ୍ ବୋଲି କହିଛନ୍ତି ବିଶେଷଜ୍ଞ ।