one crore citizens fully vaccinated
ଭୁବନେଶ୍ୱର: ରାଜ୍ୟରେ କୋଟିଏ ଲୋକଙ୍କର ସରିଲାଣି କରୋନା ଟିକାକରଣ। ଯାହାକି କୋଭିଡ୍ ଟିକାକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ଏକ କୋଟି ଲୋକ କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଥିବା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେପଟେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ACS ଭାବେ ଦାୟିତ୍ୱ ଦିଆଯାଇଛି।
ସେ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱ ତୁଲାଇବେ। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଥିବା ପ୍ରଦୀପ୍ତ ମହାପାତ୍ରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ମାସେ ଛୁଟିରେ ରହିବା ପରେ ପ୍ରଦୀପ୍ତ ନିକଟରେ କାର୍ଯ୍ୟରେ ଯୋଗ ଦେଇଥିଲେ। ହେଲେ ଶନିବାର ତାଙ୍କୁ ବଦଳି କରାଯାଇ OFDCର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିଲା।
କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦେଖିବାକୁ ଗତ ୨୪ ଘଣ୍ଟା ତଳେ ଗଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ୩୪୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୦ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୯୯ ଜଣ ଲୋକାଲ୍ କେସ୍ ଅଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ ୧୦୩୫୪୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮୨୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୨୨୭୮୦ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୨୯୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛି। ତେବେ କୋଭିଡରୁ ଆରୋଗ୍ୟ ହୋଇ ୫୩ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634564755.jpg)