Advertisment

କେରଳରେ କୋଭିଡ୍ ସଂକ୍ରମଣ ବଢାଇଲା କି ଓନମ ପର୍ବ?

୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଓନମ ପର୍ବ ପାଳିତ ହୋଇଥିଲା। ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଛି। ଗତ ମେ ୨୦ରେ ରାଜ୍ୟରେ ୩୦ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ତେବେ ଆଜି ସଂକ୍ରମଣ ଏହାକୁ ମଧ୍ୟ ଟପିଯାଇଛି।

ଅଦ୍ୟତନ ହୋଇଛି
Onam festival

Onam festival

Advertisment

ଏରନାକୁଲମ: କେରଳରେ କୋଭିଡ୍ ସଂକ୍ରମଣ ବଢାଇଲା କି ଓନମ ପର୍ବ? ଦୈନିକ ସଂକ୍ରମଣରେ ଭାଙ୍ଗିଲା ରେକର୍ଡ। ଆଜି ୩୧ ହଜାର ୪୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟାଠାରୁ ଏହା ୩୦ ପ୍ରତିଶତ ଅଧିକ। ଏଠାରେ ଟେଷ୍ଟ ପଜିଟିଭିଟି ରେଟ୍ ୧୯ ପ୍ରତିଶତ ପାର କରିଛି। ଏରନାକୁଲମ ଜିଲ୍ଲାରେ ସର୍ବାଧିକ ୪ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରେ ୧୦ ଦିନ ଧରି ଓନମ ପର୍ବ ଧୁମଧାମରେ ପାଳିତ ହୋଇଛି।

Advertisment

୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଓନମ ପର୍ବ ପାଳିତ ହୋଇଥିଲା। ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଛି। ଗତ ମେ ୨୦ରେ ରାଜ୍ୟରେ ୩୦ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ତେବେ ଆଜି ସଂକ୍ରମଣ ଏହାକୁ ମଧ୍ୟ ଟପିଯାଇଛି। ସଂକ୍ରମଣ ବଢୁଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଦାୟୀ କରିଛନ୍ତି। 

ସେହିପରି ଓଡ଼ିଶାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ତେଣୁ ପାର୍ବଣ ଋତୁ ସମୟରେ ଲୋକମାନେ ବାହାରକୁ ଆସି ଭିଡ଼ କରନ୍ତୁ ନାହିଁ ଓ କୋଭିଡ ନିୟମ ସମସ୍ତେ ପାଳନ କରନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Advertisment

ଦେଶରେ ଏବେ ସୁଦ୍ଧା ୬୦ କୋଟି ଡୋଜ କରୋନା ଟିକାକରଣ ହୋଇସାରିଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଟୁଇଟ କରି ସୂଚନା ଦେଇଛନ୍ତି । ଏଥି ସହ ଡୋଜ ପରିମାଣରେ ଚୀନ ପଛକୁ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି । ଏହି ହାରରେ ଟିକାକରଣ କରାଗଲେ ଦେଶର ଜନସଂଖ୍ୟାର ୩୨ ପ୍ରତିଶତ ଟିକାକରଣ ଚଳିତ ବର୍ଷ ଶେଷ ସୁଦ୍ଧା ହୋଇସାରିଥିବ ବୋଲି ସେ ସୂଚନା ଦେଇଛନ୍ତି ।

Advertisment
Coronavirus Kerala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ