Advertisment

ମାଡ଼ି ଚାଲିଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ, ୧୫ ବେଳକୁ ବିଗିଡ଼ିବ ସ୍ଥିତି !

ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ । କାଲିଠାରୁ ଆଜି ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଦୈନିକ ପଜିଟିଭିଟି ହାର ୯.୨୮ ପ୍ରତିଶତକୁ ବଢ଼ିଲା ।

omicron Variant

omicron Variant

Advertisment

ଗୋଟିଏ ପଟେ କରୋନା ଭୟ ସାରା ବିଶ୍ୱ ସମେତ ଦେଶକୁ ଗ୍ରାସ କରୁଥିବା ବେଳେ ଓମିକ୍ରନ୍‌ ଏହି ଭୟକୁ ଦ୍ୱିଗୁଣିତ କରୁଛି । ହୁ ହୁ ହୋଇ ମାଡ଼ି ଚାଲିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ।  ଦେଶରେ ଏଯାବତ୍‌ ୩,୦୭୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ମହାରାଷ୍ଟ୍ରରୁ ୮୭୬ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୫୧୩, କର୍ଣ୍ଣାଟକରୁ ୩୩୩, ରାଜସ୍ଥାନରୁ ୨୯୧, କେରଳରୁ ୨୮୪, ଗୁଜରାଟରୁ ୨୦୪, ତାମିଲନାଡୁରୁ ୧୨୧, ହରିୟାଣାରୁ ୧୧୪ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି ।

Advertisment

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ । କାଲିଠାରୁ ଆଜି ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଦୈନିକ ପଜିଟିଭିଟି ହାର ୯.୨୮ ପ୍ରତିଶତକୁ ବଢ଼ିଲା । ଦେଶରେ ଦିନକରେ ୨୮୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୪୬୩କୁ ବୃଦ୍ଧି । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ବଢ଼ି ୫ ଲକ୍ଷ ମୁହାଁ । ଏବେ ଦେଶରେ ଆକ୍ଟିଭ୍ କେସ୍‌ ୪,୭୨,୧୬୯ ଥିବା ବେଳେ ସୁସ୍ଥ ହେଲେଣି ୩,୪୪,୧୨,୭୪୦ । 

ଆସନ୍ତା ସପ୍ତାହ ଅର୍ଥାତ୍‌ ଜାନୁଆରୀ ୧୫ ବେଳକୁ ଦେଶରେ ପ୍ରାୟ ୩ ଲକ୍ଷ ଦୈନିକ ସଂକ୍ରମଣର ରିପୋର୍ଟ ଆସିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ଏବେ ଅନେକ ଚିନ୍ତାରେ ପଡ଼ିଯାଇଛନ୍ତି । ଏହାସହ ଆସନ୍ତା ୧୫ ଦିନ ଦେଶ ପାଇଁ ବିପଦ ବୋଲି କୁହାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁଶୀଲା କାଟାରିଆ କହିଛନ୍ତି, ବର୍ତ୍ତମାନ ଦେଶରେ କରୋନା ସହ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ତେଣୁ ଆମକୁ ଅଧିକ ଧ୍ୟାନ ରଖିବାକୁ ପଡ଼ିବ। କାରଣ ଯେଉଁମାନେ କରୋନାରେ ସଂକ୍ରମଣ ହେଉଛନ୍ତି ସେମାନେ ଓମିକ୍ରନ ଓ ଡେଲଟା ଭ୍ୟାରିଆଂଟ୍‌ରେ ସଂକ୍ରମଣ ହେଉଛନ୍ତି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଓମିକ୍ରନକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ଏହାସହ ଡାକ୍ତର କାଟାରିଆ କହଛନ୍ତି, ଆଗାମୀ ଦୁଇଦିନ ଯେମିତି ସଂକ୍ରମଣ ବଢିବ ତାହାକୁ ଦେଖିଲେ ଆମେ ସମସ୍ତେ ବିବ୍ରତ ହେବା କିନ୍ତୁ ଏହେ ଧୈର୍ଯ୍ୟ ଧରିବାର ସମୟ। ତେଣୁ ଆତଙ୍କିତ ନହୋଇ ସତର୍କ ଓ ସାବଧାନ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏହାସହ ସେ ସ୍ପଷ୍ଟ କରିଛନ୍ତି କି ଜାନୁଆରୀ ୩ରୁ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି। ତେଣୁ ଖୁବ କମ ଦିନ ମଧ୍ୟରେ ଆଜିର ସଂକ୍ରମଣର ସଂଖ୍ୟାର ୫ ଗୁଣା ଅଧିକ ପଜିଟିଭ ଆସିବ।

Omicron Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ