Advertisment

ଆନ୍ଧ୍ର ପରେ ତେଲେଙ୍ଗାନା ଓ ବେଙ୍ଗଲରେ ପଶିଲା ଓମିକ୍ରନ୍

ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍।

omicron Surveillance

omicron Surveillance

Advertisment

ଭୁବନେଶ୍ୱର: ପଡ଼ୋଶୀଙ୍କୁ ଓମିକ୍ରନ୍ ଛୁଇଁବା ପରେ ଚିନ୍ତାରେ ଓଡ଼ିଶା। ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର ଜଣେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ତେଲେଙ୍ଗାନାରେ ଦୁଇ ଜଣ ଓ ପଶ୍ଚିମବଙ୍ଗରୁ ମଧ୍ୟ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଓଡ଼ିଶାରେ ଯେଭଳି ଏହି ଭୂତାଣୁ ପ୍ରବେଶ ନକରିବ ସେଥିଲାଗି ସତର୍କ ହୋଇଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସୀମାନ୍ତରେ ତୀକ୍ଷ୍ଣ ନଜର ରଖାଯାଇଛି। ରାଜ୍ୟର ସବୁ ସୀମାରେ ସଜାଗ ରହିଛନ୍ତି ସର୍ଭେଲାନ୍ସ ଟିମ୍। 

Advertisment

ଯେଉଁ ପ୍ରବାସୀ ରାଜ୍ୟକୁ ଆସୁଛନ୍ତି, ସେମାନଙ୍କଠାରେ ଲକ୍ଷଣ ରହିଛି ନା ନାହିଁ, ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଏଯାଏଁ ରାଜ୍ୟରେ ଓମିକ୍ରନ୍ ପଶିନି। ପୂର୍ବରୁ କରୋନା ପଜିଟିଭ ୪ ବିଦେଶ ଫେରନ୍ତାଙ୍କ ଜିନମ୍ ସିକ୍ୱେନ୍ସିଂରୁ ଓମିକ୍ରନ୍ ନ ଥିବା ସ୍ପଷ୍ଟ ହୋଇଛି। ଏପଟେ ଓମିକ୍ରନ୍, ଟିକା ପ୍ରଭାବକୁ ହ୍ରାସ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲେ ମଧ୍ୟ ନୂଆ ଭୂତାଣୁ ବିରୁଦ୍ଧରେ ଫଳପ୍ରଦ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଦୁଇ ଡୋଜ୍ ଟିକା ନେଇଛନ୍ତି, ସେମାନେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଲେ ବି ଗୁରୁତର ହେବେନି ବୋଲି ମତ ଦେଇଛନ୍ତି ବିଶେଷଜ୍ଞ। ତେଣୁ ସମସ୍ତେ ଦୁଇ ଡୋଜ୍ ଟିକା ନେଇବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଓମିକ୍ରନ୍ ଯୋଗୁ ବିଶ୍ୱ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିଲେ ମଧ୍ୟ ଭାରତ ଉପରେ ପ୍ରଭାବ ରହିବନି ବୋଲି ଦୃଢୋକ୍ତି କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍। ଏହାସହ ଦେଶରେ ପୁଞ୍ଜିନିବେଶ ବଢ଼ିବାରେ ଲାଗିଛି। ତୃତୀୟ ଓ ଚତୁର୍ଥ ତ୍ରୟମାସରେ ଦେଶର ଅଭିବୃଦ୍ଧି ହାର ୯ ପ୍ରତିଶତ ଉପରେ ରହିବ। ତେଣୁ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରାକ୍-ମହାମାରୀସ୍ତରକୁ ଫେରିଆସିବ ବୋଲି ଅର୍ଥନୀତି ବିଶାରଦ ଆଶା ପ୍ରକଟ କରିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଦେଶରେ ୮ ରାଜ୍ୟରେ ୬୫ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବିଶ୍ୱର ୭୭ ଦେଶକୁ ଏହା ବ୍ୟାପି ସାରିଲାଣି। ଯେଉଁ ବେଗରେ ଏହା ଦେଶରୁ ଦେଶକୁ ବ୍ୟାପୁଛି। ତାକୁ ନେଇ ଚିନ୍ତା ପ୍ରକାଟ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ବିନା ଚିହ୍ନଟରେ ଏହା ବିଶ୍ୱର ସବୁ ଦେଶକୁ ବ୍ୟାପି ଯାଇଥାଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି।

COVID19 Andhra Pradesh Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ