Advertisment

ଓମିକ୍ରନ୍‌ର ଚୌକା-ଛକା, ରାଜ୍ୟରେ ପୁଣି ୨୪ ସଂକ୍ରମିତ

ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

Odisha Omicron

Odisha Omicron

Advertisment

ପୁରି ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଏବେ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଲା । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଛି । ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା । ମୋଟ ୨୧୮ ସାମ୍ପଲର ଜିନମ ସିକୁଏନସିଂ କରାଯାଇଥିଲା । ୨୧୮ ସାମ୍ପଲରୁ ୨୪ଟି ଓମିକ୍ରନ୍ ଭ୍ୟାରିଆଣ୍ଟ ଥିବା ସୂଚନା । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ILS ପକ୍ଷରୁ ଅବଗତ କରାଗଲା । ଆଜିର ୨୪କୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୬୧ ହେଲା । ପୂର୍ବରୁ ମୋଟ ୩୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Advertisment

ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପଜିଟିଭିଟି ହାର ୧% ଉପରକୁ ଗଲାଣି, ବ୍ରେକ୍ ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢ଼ାଯାଉଛି। 3Tକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଟେଷ୍ଟ, ଟ୍ରାକ୍, ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କମ୍ୟୁନିଟି ଟ୍ରାନ୍ସମିସନ ଚାଲିଛି, ଦୈନିକ ୬୦ରୁ ୭୦ ହଜାର ଟେଷ୍ଟ କରାଯାଉଛି। ୨ୟ ଲହର ପିକ୍ ସମୟରେ ଯେତିକ ବେଡ୍ ଥିଲା, ସେତିକି ପ୍ରସ୍ତୁତି କରୁଛୁ।

Advertisment

ଗତକାଲି ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମାନ କଥା ଦୋହରାଇଥିଲେ। ସେ କହିଥିଲେ ଯେ- ଦିନକୁ ଦିନ ରାଜ୍ୟରେ ବଢୁଛି ସଂକ୍ରମଣ, ଆଗକୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବ । ଯେହେତୁ ଅନ୍ୟରାଜ୍ୟ ବା ସହରରେ ସଂକ୍ରମଣ ବଢୁଛି ସେହି ତୁଳନାରେ ଆମର ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢିବ । ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ । ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ । ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ ।

Advertisment

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଦିନ ମଧ୍ୟରେ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ ଦିନ ମଧ୍ୟରେ ସରକାରୀ, ବେସରକାରୀ ହସ୍ପିଟାଲ ପ୍ରସ୍ତୁତ ନିର୍ଦ୍ଦେଶ ଦିଆଯାଇଛି। ୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ଅତି କମରେ ସେତିକି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Corona Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ