ପୁରୀରେ ଓମିକ୍ରନ୍‌ ଆଲର୍ଟ ! ରେଳଷ୍ଟେସନ, ବସଷ୍ଟାଣ୍ଡରେ ତୀକ୍ଷ୍ଣ ନଜର

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି କରାଯାଇଛି

Puri Shree Mandir

ପୁରୀ: ଓମିକ୍ରନ୍ ମୁକାବିଲା ପାଇଁ ସଜାଗ ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି । ହୋଟେଲମାନଙ୍କରେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ବ୍ୟାନ୍ କରାଯାଇଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖାଯିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି କରାଯାଇଛି । ବଡଦିନ ସେଲିବ୍ରେସନ ଉପରେ ଲାଗିଛି କଟକଣା । ଭିଡକୁ ଦୃଷ୍ଟିରେ ରଖି ହୋଟେଲ ମାନଙ୍କରେ ଜିରୋ ନାଇଟ ଓ ନୂଆବର୍ଷ ସେଲିବ୍ରସନ ଉପରେ ରୋକ ଲଗାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ଆଜି ବଡ଼ ଦିନରେ କଟକ କ୍ୟାଣ୍ଟେନ୍‌ମେଣ୍ଟ କ୍ୟାଥ୍‌ଲିକ୍‌ ଚର୍ଚ୍ଚରେ ପୋଲିସ ପହଞ୍ଚି ପ୍ରାର୍ଥନା ବନ୍ଦ କରିଛି । ଚର୍ଚ୍ଚରେ କୋଭିଡ୍‌ ନିୟମର ଉଲଂଘନ ନେଇ ଅଭିଯୋଗ ହୋଇଥିଲା । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗ ପରେ ଚର୍ଚ୍ଚରେ ପ୍ରାର୍ଥନା ବନ୍ଦ କଲା ପୋଲିସ । କାର୍ଯ୍ୟକ୍ରମରେ ଅତ୍ୟଧତ୍କ ଭିଡ଼ ଦୃଷ୍ଟିରୁ ଚର୍ଚ୍ଚର ଫାଟକକୁ ଶ୍ରଦ୍ଧାଳୁଙ୍କ ଲାଗି କିଛି ସମୟ ଲାଗି ବନ୍ଦ କରିଥିଲା ପୋଲିସ ।