Advertisment

ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଟିକା ବି କାମ ଦେଉନି

ରାଜ୍ୟରେ ବି ପୁଣି କଡ଼ ଲେଉଟାଇବା ଆରମ୍ଭ କଲାଣି କରୋନା। ଏଇ ମାସରେ କ୍ରମାଗତ ୧୫ ଦିନ ଧରି ଦୈନିକ ସଂକ୍ରମଣ ୨ଶହ ଉପରେ ରହିବା ପରେ ଗତକାଲି ହଠାତ୍ ପୁଣି ୩ ଶହ ପାର୍ କରିଥିଲା।

Corona New Variant

Corona New Variant

Advertisment

ଭୁବନେଶ୍ୱର: ବିଶ୍ୱ ପାଇଁ ବିପଜ୍ଜନକ କରୋନାର ନୂଆ ଭାରିଆଣ୍ଟ। ୩୦ ଥର ରୂପ ବଦଳାଇଲାଣି ଭୟଙ୍କର ଭାରିଆଣ୍ଟ B.1.1.529। କ୍ଷୀପ୍ର ଗତିରେ ଜଣଙ୍କଠୁ ଅନ୍ୟ ଜଣକୁ କରୁଛି ସଂକ୍ରମଣ। ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସଓ୍ୱାନାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ସହ ୟା ଉପରେ କରୋନା ଟିକା ପ୍ରଭାବୀ ହୋଇପାରୁ ନଥିବାରୁ ଚିନ୍ତାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଦକ୍ଷିଣ ଆଫ୍ରିକ୍ରୀୟ ରାଷ୍ଟ୍ରମାନଙ୍କରେ ଏ ଭାରିଆଣ୍ଟର ଦୃତ ସଂକ୍ରମଣ ଦେଖି ଆଗୁଆ ସତର୍କ ହୋଇଛନ୍ତି ବ୍ରିଟେନ, ଫ୍ରାନ୍ସ, ଇସ୍ରାଏଲ, ଜର୍ମାନୀ, ଇଟାଲି ଓ ଭାରତ ଭଳି ଦେଶ।

Advertisment

ଏମିତିକି ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ବି ଲଗାଇଲେଣି। ଖାସ୍ କରି ୟୁରୋପରେ କରୋନାର ପୁଣି ବେକାବୁ ସଂକ୍ରମଣ ଓ ବିପଜ୍ଜନକ ନୂଆ ଭାରିଆଣ୍ଟକୁ ଦେଖି ଭାରତ ବି ହୋଇଛି ଯତ୍ନବାନ। ସାଉଥ ଆଫ୍ରିକା, ହଂକଂ ଓ ବୋସଓ୍ୱାନାରୁ ଆସୁଥିବା ଯାତ୍ରୀଙ୍କ କଡ଼ାକଡ଼ି ସ୍କ୍ରିନିଂ ଓ ଟେଷ୍ଟିଂ ପାଇଁ ସବୁ ରାଜ୍ୟ ମାନଙ୍କୁ ନିିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ସ୍ଥିତି ଦେଖି ଓଡ଼ିଶା ସରକାର ବି ସଜାଗ। ଏବେ ଆନ୍ତର୍ଜାତିକ ଗମନାଗମନ ସ୍ୱାଭାବିକ ଥିବାରୁ ଏହି ମାରାତ୍ମକ ଭାରିଆଣ୍ଟ ଖୁବଶୀଘ୍ର ଓଡ଼ିଶା ଆସିଯିବା ସମ୍ଭାବନା ଥିବା କହିଛନ୍ତି ଡିଏମ୍ଇଟି ରମାରମଣ ମହାନ୍ତି। ତେଣୁ ଏହି ଦେଶମାନଙ୍କରୁ ଆସୁଥିବା ଯାତ୍ରୀଙ୍କର ଟେଷ୍ଟିଂ ସହ ୧୦ଦିନିଆ ଆଇସୋଲେସନରେ ରହିବାକୁ ପଡ଼ିବ ଓ ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କ ଭାରିଆଣ୍ଟ ଯାଞ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଏଣେ ରାଜ୍ୟରେ ବି ପୁଣି କଡ଼ ଲେଉଟାଇବା ଆରମ୍ଭ କଲାଣି କରୋନା। ଏଇ ମାସରେ କ୍ରମାଗତ ୧୫ ଦିନ ଧରି ଦୈନିକ ସଂକ୍ରମଣ ୨ଶହ ଉପରେ ରହିବା ପରେ ଗତକାଲି ହଠାତ୍ ପୁଣି ୩ ଶହ ପାର୍ କରିଥିଲା। ଆଜି କିନ୍ତୁ ୨୧୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାସହ ସଂକ୍ରମଣର ସର୍ବାଗ୍ରେ ରହୁଥିବା ଖୋର୍ଦ୍ଧା ଜିଲ୍ଲାରେ ଗତ ୧୫ତାରିଖରୁ ଆଜି ପର୍ଯ୍ୟନ୍ତ ତଥ୍ୟକୁ ଦେଖିଲେ, ୧୫, ୨୨ ଓ ୨୬ ତାରିଖକୁ ଛାଡ଼ିଦେଲେ ବାକି ସବୁଦିନ ଶହେ ଉପରେ ରହିଥିଲା ନୂଆ ପଜିଟିଭ୍ ସଂଖ୍ୟା। ଯେହେତୁ କରୋନାର ଲକ୍ଷଣ ବଦଳୁଛି, ତେଣୁ ଏବେ ସାମାନ୍ୟ ଥଣ୍ଡା-ଜ୍ୱର ହେଲେ ବି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ।

ଆଉ ଆଜି ଟିକା ନିଶ୍ଚିତ ନେବାକୁ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଅଦ୍ୟାବଧି ୪କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆସରିଲାଣି। ୮୫ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବାବେଳେ ୪୬ ପ୍ରତିଶତ ଉଭୟ ଡୋଜ୍ ନେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ୯୦ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ସରିବାକୁ ଲକ୍ଷ୍ୟ ରଖାଯାଇଛି। ଡିସେମ୍ବର ସୁଦ୍ଧା ୧୦୦ ପ୍ରତିଶତ ଡୋଜ ସାରିବାକୁ ଚେଷ୍ଟା ଚାଲିଛି।

Advertisment

ସେପଟେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ଓ ୟୁରୋପରେ ଦ୍ରୁତ ସଂକ୍ରମଣ ପରେ ଭାରତୀୟ ସେୟାର ମାର୍କେଚ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନ୍ସେକ୍ସ ଆଜି ୧୪ ଶହ ପଏଣ୍ଟ ଖସିଛି ଯାହାକି ଗତ ୭ ମାସରେ ସବୁଠୁ ବଡ଼ ଦୈନିକ ହ୍ରାସ।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Bhubaneswar DMET India Fights COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ