Advertisment

ରାଜ୍ୟରେ ପୁଣି ଉପରମୁହାଁ ହେଉଛି କି କରୋନା ? ୨୪ ଘଣ୍ଟାରେ ୧୭ ପଜିଟିଭ୍ ଚିହ୍ନଟ

ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Odisha Corona

Odisha Corona

Advertisment

ରାଜ୍ୟରେ ଏବେ ଉପରମୁହାଁ ହେଉଛି କି କରୋନା ? କାରଣ ୨୪ ଘଣ୍ଟା ମଧ୍ୟରେ ୧୭ଟି ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ୧୩୪ ଦିନର ସର୍ବାଧିକ ସ୍ତରରେ ରାଜ୍ୟର ଦୈନିକ ସଂକ୍ରମଣ ବଢିଛି । ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୭୩ରେ ପହଞ୍ଚିଛି ।

Advertisment

ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସବୁ କୋଭିଡ ପଜିଟିଭ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ରହିଛି । ଏହାସହ ସର୍ଭେଲାନ୍ସ ବଢ଼ାଇବାକୁ କୁହାଯାଇଛି । ମୋଟ ସକ୍ରିୟ ରୋଗୀଙ୍କ ମଧ୍ୟରୁ ମାତ୍ର ଜଣେ ହସପିଟାଲରେ ଅଛନ୍ତି । ତେଣୁ ଲୋକମାନେ ଆତଙ୍କିତ ହେବାର କାରଣ ନାହିଁ ।

Advertisment
COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ