Advertisment

ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍: ଝୁଲିଲା ବାଣ ନିଷ୍ପତ୍ତି

ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।

Covid guidelines

Covid guidelines

Advertisment

ଭୁବନେଶ୍ୱର: ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍। ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି। ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକଳୀନ କର୍ଫ୍ୟୁ ପୂର୍ବପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କଫ୍ୟୁକୁ ବଳବତ୍ତର ରଖାଯାଇଛି।

Advertisment

ନଭେମ୍ବର ଗାଇଡଲାଇନରେ ରାଜ୍ୟବ୍ୟାପୀ କେଉଁଠି ବି ସପ୍ତାହାନ୍ତ ସଟଡାଉନ୍ କଟକଣା ଜାରି କରାଯାଇନି। ଅନଲକ ପିରିୟଡରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ ଖୋଲା ରହିବ। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ବି ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ର ଗାଇଡଲାଇନ୍‌ର ଅନୁପାଳନ କରାଯିବ। ଜିଲ୍ଲାପାଳ/ ମ୍ୟୁନିସିପାଲ କମିଶନର ନିଜ ଅଞ୍ଚଳରେ ଏନେଇ ନିଷ୍ପତ୍ତି ନେବେ

ତେବେ ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ବାଣଫୁଟାକୁ ନେଇ NGT ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି SRC ବିଭିନ୍ନ ପକ୍ଷ ସହ ଆଲୋଚନା ପରେ ତାଙ୍କ ନିଷ୍ପତ୍ତି ଆସନ୍ତାକାଲି ସାଢ଼େ ୧୦ଟା ସୁଦ୍ଧା ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ରହିଛି। ଏହାପରେ ହାଇକୋର୍ଟ ଦିନ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିବାର ସମ୍ଭାବନା ରହିଛି।

COVID19 Covid Guidelines Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ