Advertisment

ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଗତବର୍ଷ ମଧ୍ୟ ୩୧ ରାତି ଉତ୍ସବ ମନା କରାଯାଇଥିଲା। ନୂଆବର୍ଷ ପାଳନ ନେଇ ଜିରୋ ନାଇଟ୍‌ ଉତ୍ସବ ଆୟୋଜନକୁ ଏଥର ମଧ୍ୟ ମନା କରାଯାଇଛି।

ଅଦ୍ୟତନ ହୋଇଛି
Zero Night Celebration

Zero Night Celebration

Advertisment

ଏଥର ଜିରୋ ନାଇଟ୍ ସେଲିବ୍ରେସନ ମନା। ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି। ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ କରିବା ପାଇଁ ସରକାର ମନା କରିଛନ୍ତି। ଡିସେମ୍ବର ପାଇଁ ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଆଣିଛନ୍ତି। ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ଜିରୋ ନାଇଟ ପାଳନ ମନା କରାଯାଇଛି। ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ଜାଗାରେ ପାଳନ ମନା କରାଯାଇଛି। 

Advertisment

ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ପିକନିକ ବାରଣ କରାଯାଇଛି। ଏପରିକି ସର୍ବସାଧାରଣ ଜାଗାରେ ପିକନିକ୍, ଗୋଷ୍ଠୀ ଭୋଜି ବାରଣ କରାଯାଇଛି। ଗତବର୍ଷ ମଧ୍ୟ ୩୧ ରାତି ଉତ୍ସବ ମନା କରାଯାଇଥିଲା। ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଥିଲା। 

ଡିସେମ୍ବର ପାଇଁ କୋଭିଡ଼ ଗାଇଡଲାଇନ ଅନୁସାରେ ପୂର୍ବ ମାସ ଭଳି ଡିସେମ୍ବରରେ ବି ସହରାଞ୍ଚଳରେ  ନାଇଟ କର୍ଫ୍ୟୁ ଜାରି ରହିବ। ଦୈନିକ ରାତି ୧୦ଟାରୁ ସକାଳ ୫ଟା ପଯର୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ। ରାଜ୍ୟର କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବନି। ମେଲୋଡ଼ି, ଯାତ୍ରା, ନୃତ୍ୟ ପରିବେଷଣ କୋଭିଡ଼ ପ୍ରୋଟୋକଲରେ ଚାଲିପାରିବ। ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟରେ ୨୫୦ ଲୋକଙ୍କୁ ଏକତ୍ର ପାଇଁ ଅନୁମତି ମିଳିବ। ସମସ୍ତଙ୍କୁ ମିଶାଇ ୫୦ ଜଣଙ୍କୁ ନେଇ ଅନୁମତିରେ ବିବାହ ଶୋଭାଯାତ୍ରା ହୋଇପାରିବ। 

Advertisment
COVID19 Covid Guidelines Zero Night Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ