Advertisment

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ: ମୁଖ୍ୟମନ୍ତ୍ରୀ

ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

Covid Review

Covid Review

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି। ତେଣୁ ଭୟଭୀତ ନହୋଇ କୋଭିଡ୍ ନିୟମ ପାଳିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ କୋଭିଡ୍ ସଂକ୍ରମଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନସାଧାରଣଙ୍କ ସହଯୋଗ ମିଳେ, ଜୀବନ ଜୀବିକାକୁ ପ୍ରଭାବିତ ନକରି ଆମେ ପରିସ୍ଥିତିର ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ମେଡ଼ିକାଲ୍ ଷ୍ଟାଫ୍, ପୋଲିସ, ପ୍ରଶାସନିକ ଅଧିକାରୀ ଓ ରୋଗର ଅଧିକ ଆଶଙ୍କା ଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମଧ୍ୟ ଫ୍ରଣ୍ଟଲାଇନ୍ ୱାର୍କର ଭାବେ ପରିଗଣିତ ହେଉଥିବାରୁ ତାଙ୍କୁ ମଧ୍ୟ ବୁଷ୍ଟର ଡୋଜ୍ ପ୍ରଦାନରେ ପ୍ରାଥମିକତା ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଆଜି ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୪୩୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୫୫ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬୧ ଜଣ ରହିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୪୮୭କୁ ବୃଦ୍ଧି ପାଇଛି। 

Advertisment
Omicron Cases In Odisha COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ