Advertisment

ଆଗାମୀ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟ ସଚିବ

ଅବହେଳା କଲେ ସଂକ୍ରମଣ ବଢ଼ିବ, ସମସ୍ତେ ଅସୁବିଧା ଭୋଗିବେ।

covid Guidelines

covid Guidelines

Advertisment

ଭୁବନେଶ୍ୱର: ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଆସନ୍ତା କିଛି ଦିନ ଆମ ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କୋଭିଡ ସଂପର୍କରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଏକଥା କହିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି ଯେ ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହେବ ଧ୍ୟାନ ଦିଆଯାଇଛି। ସେଥିପାଇଁ ରାଜ୍ୟରେ ସଟଡାଉନ କି ଲକଡାଉନ କରାଯାଇନାହିଁ।

Advertisment

ସେହିପରି ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି। ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ୍ ଦରକାର ପଡୁଛି।
ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡଲାଇନ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଅବହେଳା କଲେ ସଂକ୍ରମଣ ବଢ଼ିବ, ସମସ୍ତେ ଅସୁବିଧା ଭୋଗିବେ। ସେଥିପାଇଁ ମାସ୍କ ପିନ୍ଧିବା। ଗହଳି ଜାଗାକୁ ଯିବାନି, ଗହଳି କରିବାନି। ଆସନ୍ତା କିଛି ଦିନ ଆମ ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଖୁବ୍ କମ ଦିନରେ ରାଜ୍ୟକୁ କରୋନା ମୁକ୍ତ କରିବାକୁ ସେ ଆହ୍ୱାନ କରିଛନ୍ତି। 

Advertisment
Omicron Cases In Odisha COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ