ଏଣିକି ଆୟୋଜନ ହୋଇପାରିବ ଯାତ୍ରା-ଅପେରା-ଡ୍ରାମା ! ଅନୁମତି ଦେଲେ SRC

ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏନେଇ SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନ୍ ।

Jatra Pendal

ଭୁବନେଶ୍ୱର: ଯାତ୍ରା କଳାକାରଙ୍କ ପାଇଁ ବଡ଼ ଖୁସି ଖବର । ଦୀର୍ଘ ଦିନ ପରେ ପୁଣି ମିଳିଲା ସୁଯୋଗ । ଏଣିକି ମଞ୍ଚ ଉପରେ କଳାକାର ଦେଖାଇବେ ଅଭିନୟର ଯାଦୁ । ଏଣିକି ଦୁଲୁକିବ ଅପେରା ମଞ୍ଚ । 

ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏଣିକି ଆୟୋଜନ ହୋଇପାରିବ ଯାତ୍ରା କିମ୍ବା ଅପେରା । ହେଲେ ଏଥିପାଇଁ ରହିଛି କଟକଣା । କୋଭିଡ୍ କଟକଣା ଭିତରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି ଦେଇଛନ୍ତି ଏସ୍‌ଆର୍‌ସି ।  ଆଜିଠାରୁ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ନେଇ SRCଙ୍କ ସୂଚନା ।

ସବୁ ଜିଲ୍ଲାପାଳ, ଏସ୍‌ପି ଓ ମ୍ୟୁନିସିପାଲ କମିଶନରଙ୍କଠାରୁ ଯାତ୍ର, ଅପେରା କିମ୍ବା ଡ୍ରାମା ପାଇଁ ଅନୁମତ ନେବା ଜରୁରୀ ବୋଲି କହିଛନ୍ତି ଏସ୍‌ଆର୍‌ସି । ତେବେ ଖୋଲା ଆକାଶ ତଳେ ପଡ଼ିଆରେ ଅତିବେଶିରେ ୨ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିପାରିବାର ଅପୁମତି ରହିଛି ।

ଅନ୍ୟପଟେ ଯାତ୍ରା କିମ୍ବା ଅପେରା ପାଇଁ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି । ନଚେତ୍‌ ଟିକେଟ୍‌ ବିକ୍ରି ପାଇଁ ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର ବ୍ୟବସ୍ଥା କରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି ।

ଖାଲି ସେତିକି ନୁହେଁ ଇଣ୍ଡୋର ହଲ୍‌ରେ ବସିବା କ୍ଷମତାର ୫୦%ରୁ ଅଧିକ ଦର୍ଶକ ବସିପାରିବେ ନାହିଁ ବୋଲି କୁହାଯାଇଛି । ସେହିଭଳି ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ରହିଛି । ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କ୍ଷମତା ଦିଆଯାଇଥିବା ଏସ୍‌ଆର୍‌ସି ସ୍ପଷ୍ଟ କରିଛନ୍ତି । ଅର୍ଥାତ୍‌ ଜିଲ୍ଲାପାଳ କିମ୍ବା ସ୍ଥାନୀୟ ପ୍ରଶାସନ ଚାହିଁଲେ ପରିସ୍ଥିତିକୁ ଦେଖି କଟକଣା କୋହଳ କିମ୍ବା କଡ଼ାକଡ଼ି କରିପାରିବେ ।