Advertisment

ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି

ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।

ଅଦ୍ୟତନ ହୋଇଛି
undefined

Marriage celebration

Advertisment

ଭୁବନେଶ୍ୱର: ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍‌ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ। କେବଳ ଖାଇବା ସମୟ ଛଡ଼ା ସମସ୍ତ ଲୋକ ସର୍ବଦା ମାସ୍କ ପିନ୍ଧିବେ। ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି କଡା ନିର୍ଦ୍ଦେଶ ବିଏମ୍‌ସି ଜାରି କରିଛି।

Advertisment

କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ରାଜ୍ୟ ସରକାର ଜାରି କରିଛନ୍ତି। ଏଥିରେ ଟ୍ୱିନ୍‌ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇବା ସହ କେବଳ କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ। 

ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୨୦୦ ତଳରେ ରହୁଛି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୦୯ ଲୋକାଲ୍‌ କେସ୍‌ ରହିଛନ୍ତି। ରବିବାର ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୧୩୩୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୮୮୧୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୩୫୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Odisha Marriage COVID Restrictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ