Advertisment

ବୁଷ୍ଟର ଡୋଜ୍ ନୁହେଁ, ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦିଆଯିବା ଜରୁରୀ-ICMR

ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି ।

Prof. Balram Bhargava

Prof. Balram Bhargava

Advertisment

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପାଇଁ ବୁଷ୍ଟର ଡୋଜ୍ ନୁହେଁ ବରଂ ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦେବାକୁ ଗୁରୁତ୍ୱ ଦିଆଯାଉଛି । ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି । ଏହା କହିଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ।

Advertisment

 ଟିକା ନେବାର ୪ ମାସ ପରେ ଶରୀରେ ଆଣ୍ଟିବଡି ହ୍ରାସ ପାଉଥିବା ନେଇ ଆଇସିଏମ୍ଆରର ତଥ୍ୟ ଉପରେ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଆଣ୍ଟିବଡି ହ୍ରାସ ପାଇବା ଅର୍ଥ ନୁହେଁ ଯେ ଜଣକର ରୋଗ ପ୍ରତିରୋଧକ ଶକ୍ତି କମିଯିବା । ଏଣୁ ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦେବା ବର୍ତ୍ତମାନର ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ।

ଡାକ୍ତର ଭାର୍ଗବ କହିଛନ୍ତି,  ଦେଶରେ ଥିବା ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରୁ ୬୨ ପ୍ରତିଶତ୍ ଅତି କମ୍‌ରେ ଗୋଟିଏ ଡୋଜ୍ କୋଭିଡ୍ ଟିକା ନେଇସାରିଛନ୍ତି ।  ସେହିପରି ୨୦ ପ୍ରତିଶତ ଉଭୟ ଟିକା ନେଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି  ।

Advertisment

ସୂଚନାଥାଉ କି, ମୁମ୍ବାଇର କିଛି ସ୍ୱାସ୍ଥ୍ୟକର୍ମୀ, ନେତା ଏବଂ ସେମାନଙ୍କର ଷ୍ଟାଫ ତୃତୀୟ ଡୋଜ କୋଭିଡ ଟିକା ନେଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, କିଛି ରାଜନେତା, ସ୍ୱାସ୍ଥ୍ୟକର୍ମୀ କୋଭିଡି-୧୯ର ତୃତୀୟ ଡୋଜ ଟିକା ନେଇ ସାରିଛନ୍ତି। ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟକର୍ମୀମାନେ ସହରର ଭିନ୍ନ ଭିନ୍ନ ଡାକ୍ତରଖାନାରେ  Co-winରେ ରେଜିଷ୍ଟ୍ରେଶନ କରି କିମ୍ବା ଅଲଗା ନମ୍ବର ବ୍ୟବହାର କରି ତୃତୀୟ ଡୋଜ ଟିକା ନେଉଛନ୍ତି। ଏମାନେ ତୃତୀତୟ ଡୋଜ ନେବା ପୂର୍ବରୁ ଆଣ୍ଟିବଡି ପରୀକ୍ଷା କରିଛନ୍ତି ଏବଂ ତାପରେ ଟିକା ନେଇଛନ୍ତି।

Advertisment

 କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଭାରତରେ ୨୪ ଘଣ୍ଟା ମଧ୍ୟରେ ୩୪, ୪୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୩୩, ୮୧, ୭୨୮ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କୋଭିଡ ମୃତ୍ୟୁ ସଂଖ୍ୟା ୪,୪୪,୨୪୮ ଛୁଇଁଛି। ତେବେ ଆଜି କେରଳରେ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ଏହି ରାଜ୍ୟରେ ୧୭୮ ଜଣଙ୍କର ମୃତ୍ୟୁ ଘଟିଛି। 

COVID-19 Vaccine ICMR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ