Advertisment

ଓଡ଼ିଶାରେ ନାହିଁ ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍ କୋପ

ଓମିକ୍ରନ୍ ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି।

Delta Variant

Delta Variant

Advertisment

ଓଡ଼ିଶାରେ ନାହିଁ ଡେଲଟାର ପ୍ରକୋପ କୋଭିଡ୍‌ର ତୃତୀୟ ଲହରରେ ଓଡ଼ିଶାରେ ଅଧିକାଂଶଙ୍କୁ ସଂକ୍ରମିତ କରିଛି ଓମିକ୍ରନ୍। ରାଜ୍ୟର ୯୮ ପ୍ରତିଶତ ରୋଗୀ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ- ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ମଧ୍ୟରେ ୨୪୧ଟି ପଜିଟିଭ୍ ନମୁନାର ଜିନମ୍ ସିକ୍ୱେନ୍ସିଂ କରାଯାଇଥିଲା। ସେଥିମଧ୍ୟରୁ ମାତ୍ର ୬ଟି ନମୁନାରେ ଡେଲ୍‌ଟା ଭେରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୨୩୫ଟିରେ ମିଳିଛି ଓମିକ୍ରନ୍।

Advertisment

ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଇଏଲ୍ଏସ୍ ରିପୋର୍ଟର ଅନୁଶୀଳନ କହୁଛି, ରାଜ୍ୟରେ କୋଭିଡ୍ ପ୍ରଜାତି ମଧ୍ୟରେ ଓମିକ୍ରନ୍ ସଂଖ୍ୟା ଅଧିକ। ତେଣୁ ଆଗକୁ ରୋଗୀ ଗୁରୁତର ହେବେନି। ଯେହେତୁ ଓମିକ୍ରନ୍ ସଂଖ୍ୟା ଅଧିକ, ରାଜ୍ୟରେ କୋଭିଡ୍ ପଜିଟିଭିଟି ଦ୍ରୁତ ବେଗରେ ଖସିବ, ଯାହାକି ରାଜ୍ୟରେ କରୋନା ସ୍ଥିତି ସୁଧୁରିବାର ଶୁଭ ସୂଚନା।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଓମିକ୍ରନ୍ ଭାରିଆଣ୍ଟ ଡେଲଟାର ସ୍ଥାନ ନେଇ ସାରିଥିବାରୁ ଚଳିତ ମାସ ଶେଷ ଆଡକୁ ରାଜ୍ୟରେ କୋଭିଡ୍ ସ୍ଥିତି ସ୍ୱାଭାବିକ ହେବ। ଓମିକ୍ରନ୍ ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି। ତେଣୁ ଯଦି ନୂଆ ଭାରିଆଣ୍ଟ ଆସେ ତାହାଲେ ଅଧିକ କ୍ଷତି ପହଞ୍ଚାଇବ ପାରିବ ନାହିଁ। ତେବେ ଭୂତାଣୁର ଯେତେ ଅଧିକ ମ୍ୟୁଟେସନ୍ ହୁଏ , ତାହା ସେତେ ଅଧିକ ସଂକ୍ରାମକ ହୁଏ। ତେଣୁ ଓମିକ୍ରନ କରୋନାର ଶେଷ ପର୍ଯ୍ୟାୟ ବୋଲି ଧରି ନେବା ଠିକ୍ ହେବନି। ମାତ୍ର ନୂଆ ଭାରିଆଣ୍ଟ କେତେ ଶକ୍ତିଶାଳୀ ହେବ। ତାହା ବି ଏବେଠୁ ଆକଳନ କରି ହେବନି। ସେଥିଲାଗି ସମସ୍ତେ ସତର୍କ ରହିବା ସହ କୋଭିଡ୍ ଅନୁରୂପ ବ୍ୟବହାରର ଅନୁପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ। 

Advertisment

ଏପଟେ ରାଜ୍ୟ କରୋନା ସ୍ଥିତିରେ କ୍ରମାଗତ ସୁଧାର ଆସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୫୭୨ କରୋନା ପଜିଟିଭ।  ସେହିପରି ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ବିଗତ ଦିନର ଡେଲ୍‌ଟା ଭାରିଆଣ୍ଟ ସଂକ୍ରମିତଙ୍କ ମୃତ୍ୟୁର ଅଡିଟେଡ୍ ରିପୋର୍ଟ ବୋଲି କୁହାଯାଇଛି।

ରିପୋର୍ଟ: ହରିହାର ଚାନ୍ଦ, କପିଳେନ୍ଦ୍ର ପ୍ରଧାନ

Omicron Cases In Odisha COVID19 Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ