Advertisment

ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବେ। ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

Expert Suggestion

Expert Suggestion

Advertisment

ଭୁବନେଶ୍ୱର: ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥଲେ ବି ଲକ୍ଷଣ ନଥିଲେ ଟେଷ୍ଟିଂ ଆବଶ୍ୟକ ନାହିଁ। କେନ୍ଦ୍ର ଗାଇଡଲାଇନ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନଥିଲେ ଟେଷ୍ଟିଂ ଆବଶ୍ୟକ ନାହିଁ। ଏନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଥିବା ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ଆଜିସୁଦ୍ଧା ୬୧ ହଜାର ପଜିଟିଭଙ୍କ ମଧ୍ୟରୁ ଶହେ ଜଣ ହସ୍ପିଟାଲାଇଜେସନ ହୋଇଛନ୍ତି। ୨%ରୁ କମ୍ ହସ୍ପିଟାଲାଇଜେସନ ହେଉଛନ୍ତି।ICUରେ ୩୦୦ ଆକ୍ରାନ୍ତ ଅଛନ୍ତି। ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବେ। ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଦରକାର ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ରାଜ୍ୟର ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ  ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା। ଏଥିରେ ଅତି ଜରୁରୀ ନଥିଲେ ଆଡମିସନକୁ ଅଗ୍ରାହ୍ୟ କରିବାକୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ନିହାତି ଜରୁରୀ ନଥିଲେ ଅନ୍ୟରୋଗୀ ହସ୍ପିଟାଲ ନଆସିବାକୁ SCB ମେଡିକାଲ କଲେଜ ଅଧ୍ୟକ୍ଷ ମଧ୍ୟ ପରାମର୍ଶ ଦେଇଥିଲେ।  

Advertisment
COVID19 Omicron Variant Omicron Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ