ପ୍ରିକସନାରି ଡୋଜ୍ ପାଇଁ ଆବଶ୍ୟକ ନାହିଁ ନୂଆ ରେଜିଷ୍ଟ୍ରେସନ । ୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ ।
Also Read
ଏବେ ପୁଣି ଥରେ ସମସ୍ତଙ୍କୁ ଘାରିଛି କରୋନା ଚିନ୍ତା । ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଓମିକ୍ରନ୍ ଭ୍ୟାରିଆଣ୍ଟ କ୍ଷୀପ୍ର ବେଗରେ ମାଡ଼ି ଚାଲିଛି । ତେବେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ କେବଳ ବୁଷ୍ଟର ଡୋଜ୍ ଉପରେ ସମସ୍ତଙ୍କ ନଜର । ବୁଷ୍ଟର ଡୋଜ୍ ପାଇଁ ସମସ୍ତଙ୍କ ଆଶା । କେବେ ମିଳିବ ସେମାନଙ୍କୁ ବୁଷ୍ଟର ଡୋଜ୍ ? ହେଲେ ଏଠି ପ୍ରଶ୍ନ ଉଠୁଛି ବୁଷ୍ଟର ଡୋଜ୍ ଯଦି ନିଆଯିବ, ତେବେ କେଉଁ ବ୍ରାଣ୍ଡର ? କେଉଁ ବ୍ରାଣ୍ଡ ବୁଷ୍ଟର ଡୋଜ୍ ସବୁଠୁ ଭଲ ? ଏଭଳି ଆଶଙ୍କା ମଧ୍ୟ ସମସ୍ତଙ୍କ ମନରେ ରହିଛି ।
ଏହି ଆଶା ଆଶଙ୍କାରେ ପୁର୍ଣ୍ଣଛେଦ୍ ପକାଇଛନ୍ତି ଡାକ୍ତର ଭିକେ ପଲ୍ । ସେ କହିଛନ୍ତି ଯିଏ ଯେଉଁ ବ୍ରାଣ୍ଡ୍ର ଟିକା ପୂର୍ବରୁ ନେଇଥିବେ, ସେ ସେହି ବ୍ରାଣ୍ଡର ବୁଷ୍ଟର ଡୋଜ୍ ନେବେ । ଜଣେ ଉଭୟ ଡୋଜ୍ କୋଭାକ୍ସିନ ନେଇଥିଲେ, ବୁଷ୍ଟର ଡୋଜ୍ ମଧ୍ୟ ସେହି କୋଭାକ୍ସିନ ବ୍ରାଣ୍ଡର ହିଁ ନେବାକୁ ପଡ଼ିବ । ଯିଏ କୋଭିସିଲ୍ଡ ନେଇଥିବେ ସେ ବୁଷ୍ଟର ଡୋଜ୍ ବି କୋଭିସିଲ୍ଡ ନେବେ ।