କରୋନା ଭୟ ! ସବୁ ସୁନ୍‌ସାନ୍‌, ଦୋକାନ ବଜାର ବନ୍ଦ; ଦେଖନ୍ତୁ ଫଟୋ

ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ।

Night Curfew

ଲାଗୁ ହୋଇ ସାରିଛି କଟକଣା । କରୋନା ସଂକ୍ରମଣ ରୋକିବାକୁ ଏହା ହିଁ ଏକମାତ୍ର ବିକଳ୍ପ ବୋଲି ସରକାର ମନେ କରିବା ପରେ ଲାଗୁ ହୋଇସାରିଛି ନାଇଟ୍‌ କର୍ଫ୍ୟୁ କଟକଣା । ରାତି ୯ଟା ବେଳକୁ ରାସ୍ତାଘାଟ ସୁନ୍‌ସାନ୍‌ । ଖାଁ ଖାଁ ଲାଗୁଛି ପୁରା ସହର । ଏମିତି କିଛି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଟ୍ୱିନ୍‌ ସିଟିରେ ।

Night Curfew

ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଫଳରେ ରାତି ୯ଟା ପରେ ପୋଲିସ ଛକ ଛକରେ ପଇଁତରା ମାରିଥିଲା । ଭୁବନେଶ୍ୱରରେ ପୋଲିସ କମିଶନର ନିଜେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଛକ ଛକରେ ବ୍ଲକିଂ କରିବା ସହ ପ୍ରତି ଗାଡ଼ିକୁ ପୋଲିସ କରୁଥିଲା ଚେକିଂ । ଯେଉଁମାନେ ବିନା କାରଣରେ ବାହାରେ ବୁଲୁଥିଲେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

Night Curfew

ସେହିଭଳି କଟକ ସହରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଯୋଗୁଁ ରାତି ୯ଟା ପରେ ରାସ୍ତାଘାଟ  ସୁନ୍‌ସାନ୍‌ ହୋଇଯାଇଥିଲା । ଲୋକେ ଘରୁ ବାହାରିନଥିଲେ । ଯେଉଁ ଅମାନିଆ ମାନେ ବିନା କାରଣରେ ଘରୁ ବାହାରିଥିଲେ, ସେମାନଙ୍କୁ ପୋଲିସ ଅଟକାଇ ତାଗିଦ୍ କରିଥିବା ଦେଖିବାକୁ ମିଳିଥିଲା ।

Night Curfew